ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଜଳିଗଲା ଆରକେଡି ସଂସ୍ଥାର ଗ୍ରେଡର ମେସିନ୍ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ସର୍ଟ ସର୍କିଟ ହୋଇ ଜଳିଗଲା ଠିକା ସଂସ୍ଥାରେ ନିୟୋଜିତ ଗ୍ରେଡର ମେସିନ୍ । ସୂଚନା ପ୍ରକାରେ ସୋମବାର ସକାଳେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା କଞ୍ଜାମେଣ୍ଡି ଛକ ୫୯ ନମ୍ବର ଜାତୀୟ ରାଜପଥ କଡ଼ରେ ଆରକେଡି ନାମକ ଠିକା ସଂସ୍ଥାରେ ନିୟୋଜିତ ଏକ ଗ୍ରେଡର ମେସିନ୍ ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ହଠାତ୍ ସେଥିରେ ନିଆଁ ଲାଗି ସମ୍ପୂର୍ଣ୍ଣ ଜଳିଯାଇଛି ।

ସର୍ଟ ସର୍କିଟ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିବା କହିଛନ୍ତି ଠିକା ସଂସ୍ଥାର କର୍ମଚାରୀ । ଖବର ପାଇ ଘଟଣା ସ୍ଥଳରେ କ.ନୂଆଗାଁ ପୋଲିସ୍ ପହଞ୍ଚି ଦମକଳ ବାହିନୀକୁ ଖବର ଦେଇଥିଲେ ସୁଦ୍ଧା ତାହା ବିଳମ୍ବରେ ପହଞ୍ଚିଥିଲା । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି ସତ କିନ୍ତୁ ସେତେ ବେଳକୁ ଗାଡ଼ିଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *