ସ୍ବର୍ଗତ ହରିହର ସାହୁ ସ୍ମାରକୀ ଛାତ୍ରବୃତ୍ତି !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସୋମବାର ପୂର୍ବାହ୍ନରେ ଚିଲିକା ବ୍ଲକ ଅନ୍ତର୍ଗତ ଇଂଜନପୁର, ଚିଲିକା ସରକାରୀ ଉପ୍ରା ବିଦ୍ୟାଳୟରେ ସ୍ବର୍ଗତ ହରିହର ସାହୁ ସ୍ମାରକୀ ଛାତ୍ର ବୃତ୍ତି ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରଦାନ କରାଯାଇଛି । ବିଗତ ବର୍ଷ ଠାରୁ ଭାରତୀୟ ନୌସେନାରେ କାର୍ଯ୍ୟରତ କମାଣ୍ଡିଙ୍ଗ ଅଫିସର ତପନ କୁମାର ସାହୁ ନିଜ ସ୍ୱର୍ଗୀୟ ପିତାଙ୍କ ମନରେ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଥିବା ନିବିଡ଼ ସମ୍ପର୍କକୁ ଚିରସ୍ଥାୟୀ କରିବା ପାଇଁ ଉକ୍ତ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ତିନିଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରି ଆସୁଛନ୍ତି ।ବୃତ୍ତି ବାବଦକୁ ପ୍ରଥମ ମେଧାଵୀ ଙ୍କୁ ୧୦୦୦ ଟଙ୍କା ସହ ମାନପତ୍ର , ଟ୍ରଫି ଦିଆ ଯାଉଥିବା ବେଳେ ଦ୍ଵିତୀୟ ମେଧାଵୀ ଙ୍କୁ ୭୦୦ ଟଙ୍କା ସହ ମାନପତ୍ର , ଟ୍ରଫି ଏବଂ ତୃତୀୟ ମେଧାଵୀ ଙ୍କୁ ୫୦୦ ଟଙ୍କା ସହ ମାନପତ୍ର , ଟ୍ରଫି ପ୍ରଦାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ପ୍ରଥମ ମେଧାବୀ ଛାତ୍ର ଭାବେ ଅଂଶୁମାନ ବାରିକ, ଦ୍ୱିତୀୟ ମେଧାବୀ ଛାତ୍ର ଭାବେ ପ୍ରଣବ ଦଳେଇ ଏବଂ ତୃତୀୟ ମେଧାବୀ ଛାତ୍ରୀ ଭାବେ ଶୁଭଶ୍ରୀ ଜାଲିଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରାରମ୍ଭିକ ପର୍ଯୟରେ ବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀ ମାନେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଗୁରୁ ବନ୍ଦନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଭାତ ପ୍ରହରାଜ ଆନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ , ଶିକ୍ଷୟିତ୍ରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ବିଦ୍ୟାଳୟରେ ପ୍ରତିବର୍ଷ ଏପରି ମହାନ କାର୍ଯ୍ୟ ଜାରି ରହିଥିବାରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ପ୍ରକାଶ ପାଉଥିବା ବେଳେ କମାଣ୍ଡର ଶ୍ରୀ ସାହୁଙ୍କ ଏଭଳି ମହନୀୟତା କାର୍ଯ୍ୟ ପାଇଁ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *