ବିପଦର ବନ୍ଧୁ ସେବା ସଙ୍ଗଠନ ପକ୍ଷରୁ ବହୁବିଧ ସେବାକାର୍ଯ୍ୟ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ବିପଦର ବନ୍ଧୁ ସେବା ସଂଗଠନ, କିଶୋରନଗର କଟକ ସଦର ପକ୍ଷରୁ ସ୍ଥାନୀୟ ମାନଭଞ୍ଜନ ମହାରଣାଙ୍କ ପରିବାରକୁ ରାସନ ସାମଗ୍ରୀ , ଶୁଖିଲା ଖାଦ୍ୟ ସହ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ଶ୍ରୀ ମହାରଣା ପରିବାରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବା ବେଳେ କିଛି ଦିନ ହେଲା ଦୁରାରୋଗ୍ୟରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ବେଳେ ପରିବାର ପ୍ରତିପୋଷଣ କରିବାକୁ ଅସମର୍ଥ ହୋଇ ପଡିଛନ୍ତି | ଏହି ସେବା କାର୍ଯ୍ୟକ୍ରମରେ କ୍ଷିତୀନ୍ଦ୍ର ମିତ୍ର, କୈଳାସ ଚନ୍ଦ୍ର ଦାସ, ଲିଆକତ ଅଲ୍ଲୀ, ଆସିଫ ଅଲ୍ଲୀ, ଭୈରବ ଚନ୍ଦ୍ର ସେଠୀ , ସୁଧାକର ଦାସ, ଜଗନ୍ନାଥ ମଲ୍ଲିକ, ବିପିନ ବାରିକ, ନାରାୟଣ ଦାଶ , ଆଲୋକ ମଣ୍ଡଳ, ପବିତ୍ର ମୋହନ ବିଷୋୟୀ, ହଲିମ ଖାଁ, ବିମଲ ଗୋସ୍ୱାମୀ ପ୍ରମୁଖ ସଙ୍ଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *