କାଳ ହେଲା ବାରହା ଶୀକାର ପାଇଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର : ଜଣେ ମୃତ , ଜଣେ ଆହତ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜଙ୍ଗଲୀ ବାରହା ଶୀକାର ପାଇଁ ଖଞ୍ଜା ଯାଇଥିଲା ବିଦ୍ୟୁତ ତାର , ହେଲେ ଅଘଟଣ ଘଟି ଚାଲିଗଲା ଗୋଟିଏ ଜୀବନ . ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି . କଟକ ଜିଲ୍ଲା ବାଙ୍କୀ ଥାନା ଅନ୍ତର୍ଗତ ଭେଡା ରାମଚନ୍ଦ୍ରପୁର ଗ୍ରାମ ପାର୍ଶ୍ଵ ବିଲରେ ଘଟିଛି ଏପରି ଅଭାବନୀୟ ଘଟଣା .

ସୂଚନା ଅନୁସାରେ ଗ୍ରାମ ପାଖ ବିଲ ଗୁଡିକରେ ଜଙ୍ଗଲୀ ବାରହା ଶୀକାର ପାଈଁ ଖଞ୍ଜା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବ ଚାଷୀ ମୃତ୍ୟୁ ବରଣ କରିଥିବା ସମୟରେ ଆଉ ଜଣେ ଆହତ ହୋଇଛନ୍ତି . ଦୁର୍ଘଟଣା ପରେ ଉଭୟ ଙ୍କୁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା . ସେଠାରେ ପ୍ରାଥମିକ ଚିକିତ୍ସା ସମୟରେ ଜଣଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର . ମୃତ ଯୁବ ଚାଷୀଙ୍କ ନାମ ମହାଦେବ ସାହୁ ବୋଲି ମିଳିଛି ସୂଚନା . ଘଟଣାକୁ ନେଇ ଏବେ ଖେଳି ଯାଇଛି ଶୋକର ଛାୟା . ସେପଟେ ଶବ ବ୍ୟବଛେଦ ପାଈଁ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଆରମ୍ଭ ହୋଇଛି ପ୍ରକ୍ରିୟା . ଏବେ ସମ୍ପର୍କୀୟ ଓ ଗ୍ରାମବାସୀଙ୍କ ପକ୍ଷରୁ ଦାବି ଯେ , ବାରହା ଶୀକାର କରିବାକୁ ବିଲ ରେ ବିଦ୍ୟୁତ ତାର ସଂଯୋଗ କରିଥିବା ଦୁର୍ବୁତ୍ତଙ୍କ ବିରୋଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ମୃତକଙ୍କ ପରିବାରକୁ କ୍ଷତି ପୂରଣ ପ୍ରଦାନ କରାଯାଉ . ଖବର ପାଇ ଘଟଣା ସ୍ଥଳରେ ବାଙ୍କୀ ପୋଲିସ ପହଁଚି ଆରମ୍ଭ କରିଛି ତଦନ୍ତ .

Leave a Reply

Your email address will not be published. Required fields are marked *