ଡଷ୍ଟବିନ ନଥିବାରୁ ରାସ୍ତା ସାରା ଆବର୍ଜନା !!!

0
336

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସହରରେ ନାହିଁ ଡଷ୍ଟବିନ , ରାସ୍ତା ସାରା ଅଳିଆ ଆବର୍ଜନାରେ ଭର୍ତ୍ତି . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌର ପରିଷଦରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ . ପୌର ପରିଷଦ ତରଫରୁ ସହରର ବିଭିନ୍ନ ଛକସାହିରେ ପରିମଳ ବ୍ୟବସ୍ଥାକୁ ସୁଧାର ଆଣିବା ପାଇଁ ଡଷ୍ଟବିନ ରଖାଯାଇ ନଥିବାରୁ ରାସ୍ତା କଡର ଅଳିଆ ଆବର୍ଜନାକୁ କୁକୁର ଗାଈ ଘୁଷୁରୀ ପ୍ରଭୃତି ଅପରିଷ୍କାର ପଦାର୍ଥକୁ ଟାଣି ଆଣି ରାସ୍ତା ସାରା ପକାଉଛନ୍ତି . ରାସ୍ତା ଉପରେ ଅଳିଆ ଆବର୍ଜନା ପଡିରହି ପଚି ଦୁର୍ଗନ୍ଧ ହେବା ସହ ପରିବେଶ ଦୂଷିତ ହେଉଅଛି। ରାସ୍ତାରେ ଯିବା ବେଳେ ଜନସାଧରଣ ଦୁର୍ଗନ୍ଧ ଶିକାର ହେଉଛନ୍ତି। ତେଣୁ ସହରର ବିଭିନ୍ନ ସାହି ଓ ଛକରେ ଡ଼ଷ୍ଟବିନ ନଥିବା ସ୍ଥାନରେ ତୁରନ୍ତ ଡଷ୍ଟବିନ ରଖିଲେ ଅପରିଷ୍କାର ପଦାର୍ଥ ଏପଟ ସେପଟ ହୋଇ ନଥାନ୍ତା ଏବଂ ପରିବେଶ ଦୂଷିତ ହୋଇ ନଥାନ୍ତା . ପ୍ରକାଶ ଥାଉକି ପୌର ପରିଷଦ ପରିମଳ ବ୍ୟବସ୍ଥା ପାଇଁ ଅର୍ଥ ପାଣି ଭଳି ଖର୍ଚ୍ଚ ହେଉଥିଲେ ମଧ୍ୟ ପରିମଳ ବ୍ୟବସ୍ଥା ସୁଧୁରିବା ବଦଳରେ ଜଟିଳ ହୋଇ ପଡିଛି। ସହରରେ ପୌର ପରିଷଦ ସଚେତନତା ଅଭାବ ବା ଯେଉଁ ବ୍ୟକ୍ତି ଅଳିଆ ଆବର୍ଜନା ଯଥା ସ୍ଥାନରେ ବା ଡଷ୍ଟବିନରେ ପକାଉ ନ ଥିବାରୁ ଅପରିଷ୍କାର ପଦାର୍ଥ ବୁଲା କୁକୁର ଗାଈଗୋରୁ ଓ ଘୁଷୁରି ଟାଣି ଆଣୁଛନ୍ତି ଯାହା ଫଳରେ ପରିବେଶ ଦୁର୍ଗନ୍ଧମୟ ଓ ଅପରିଷ୍କାର ହେଉଛି . ତେଣୁ ସହରବାସୀ ଡଷ୍ଟବିନରେ ଅପରିସ୍କାର ପଦାର୍ଥ ପକାଇଲେ ସହର ପରିସ୍କାର ହୋଇ ପାରନ୍ତା ବୋଲି ମତ ପ୍ରକାଶ ପାଇଛି .

LEAVE A REPLY

Please enter your comment!
Please enter your name here