ନୟାଗଡ (ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ସମଗ୍ର ରାଜ୍ୟରେ ମହାମାରୀ କରୋନା ପ୍ରଭାବରେ ଲୋକେ ଆତଙ୍କିତ . କଟକଣା ଭିତରେ ଦୋହଲି ଯାଇଛି ସାଧାରଣ ଲୋକଙ୍କ ଆର୍ଥିକ ମେରୁଦଣ୍ଡ . ଏପରି ସ୍ଥିତିରେ ଅସହାୟ ଲୋକଙ୍କ ପାଇଁ ଆସୁଥିବା ଯୋଜନା ଗ୍ରହଣ ପାଇଁ ପ୍ରମୂଖ ସାଧନା ପାଲଟିଛି ରାସନ କାର୍ଡ . ହେଲେ ଲୋକଙ୍କୁ ରାସନ କାର୍ଡ ପ୍ରଦାନ ପାଇଁ ଅର୍ଥ ଆଦାୟ ପରି ଘଟଣା ସାମନାକୁ ଆସିବା ପରେ ସମଗ୍ର ନୟାଗଡରେ ଜାରି ରହିଛି ଚର୍ଚ୍ଚା ଆଲୋଚନା . ଜିଲ୍ଲା ଅନ୍ତର୍ଗତ ନୂଆଗାଁ ବ୍ଲକର ହରିପୁର ପଞ୍ଚାୟତରେ ସାଧାରଣ ଲୋକଙ୍କ ଠାରୁ କାର୍ଡ ପିଛା ଟଙ୍କା ଆଦାୟ କରାଯାଉଥିବାର ଅଭିଯୋଗ ଆସିଛି . ଘଟଣା ସମ୍ପର୍କରେ ଲୋକେ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କ କହିବା ମୁତାବକ ଟଙ୍କା ଆଦାୟ କରାଯାଉଥିବାର ପ୍ରକାଶ କରିଛନ୍ତି ପଞ୍ଚାୟତର କର୍ମଚାରୀ .