ଗଜପତି ରେ ବଳରାମ ଯୋଜନା ଫେଲ ମାରିଛି !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭୂମି ହୀନ ଭାଗ ଚାଷି ମାନଙ୍କୁ ବିନା ବନ୍ଧକରେ କୃଷି ଋଣ ଦେଇ ସ୍ୱାବଲମ୍ବୀ କରିବା ସକାଶେ ସରକାର ଏହି ଯୋଜନା କରିଥିବା ବେଳେ ଗଜପତିରେ ଏହା ଫେଲ ମାରିଛି କହିଲେ ଅତ୍ୟୁକ୍ତି ହେବନାହିଁ । ବଳରାମ ଯୋଜନାରେ ଭୂମି ହୀନ କୃଷକ ମାନଙ୍କ ମିଳିତ ଦେୟ ଗୋଷ୍ଠୀ ଗଠନ କରି ଫସଲ ଋଣ ପାଇଁ ବ୍ୟାଙ୍କରେ ଆବେଦନ କରିଲେ ଆବଶ୍ୟକ ଦସ୍ତାବିଜ ଦାଖଲ ପରେ ବ୍ୟାଙ୍କ ଗୋଷ୍ଠୀ ପ୍ରତି 1.6 ଲକ୍ଷ ଟଙ୍କା ଫସଲ ଋଣ ଯୋଗାଇ ଦେବାର ବ୍ୟବସ୍ଥା ରହିଛି । କୃଷକ ସାଥି ମାନେ ନିଜ ପଞ୍ଚାୟତରେ ଚାରି ପାଞ୍ଚ ଜଣ ଚାଷୀଙ୍କୁ ନେଇ ଏହି ଗୋଷ୍ଠୀ ଗଠନରେ ସହାୟତା କରିଥାନ୍ତି । ପ୍ରତି ବ୍ୟକ୍ତିଙ୍କୁ ମିଳିତ ଦେଇ ଗୋଷ୍ଠୀ କୁ ଋଣ ଦେବା ପାଇଁ ନାବାର୍ଡ ଦ୍ବାରା ଧାର୍ଯ୍ୟ ଲକ୍ଷ ରଖାଯାଇଥାଏ । କ୍ଷେତ୍ର ପରିଦର୍ଶନ ପରେ ନିର୍ଦ୍ଧିଷ୍ଟ ଫର୍ମରେ ଗ୍ରାମ୍ୟ କୃଷି କର୍ମଚାରୀ, କୃଷି ଅଧିଦର୍ଶକ ମାନେ ଭାଗ ଚାଷୀଙ୍କୁ ଚାଷ ପ୍ରମାଣପତ୍ର ଦିଅନ୍ତି । ମିଳିତ ଦେୟ ଗୋଷ୍ଠୀର କୌଣସି ସଦସ୍ୟ ବ୍ୟାଙ୍କ ଋଣ ଖିଲାପି ହୋଇ ନ ଥିବେ ବା ଗୋଟିଏ ପରିବାରର ସଦସ୍ୟ ହୋଇ ନ ଥିବେ । ଏହି ଭଳି ବଳରାମ ଯୋଜନାରେ ନିୟମ ରହିଥିବା ବେଳେ ଚାଷୀଙ୍କୁ ଏହି ବିଷୟରେ ସଚେତନତା ଓ ପ୍ରଚାର ପ୍ରସାର ଅଭାବରୁ ଏହି ଯୋଜନା ଗଜପତି ଜିଲ୍ଲାରେ ଫେଲ ମାରିଥିବାର ଜଣା ପଡ଼ିଛି । ଏହି ବିଷୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ସହିତ ବାର୍ତ୍ତାଳାପ ବେଳେ ସୂଚନା ଦେଇଛନ୍ତି ଯେ ବଳରାମ ଯୋଜନାରେ ସାତ ଶହ ଆଠ ଫର୍ମ ଆବେଦନ ହୋଇ ଥିବା ବେଳେ ସେଥି ମଧ୍ୟରୁ 45 ଗୋଟି ଆବେଦନ ଫର୍ମ ରୀଜେକ୍ଟ ହୋଇ ଥିବା ପରିପ୍ରକାଶ କରିଛନ୍ତି । ସେଥି ମଧ୍ୟରୁ 13 ଗୋଟି ଗୋଷ୍ଠୀ ଙ୍କୁ ଫସଲ ଋଣ ପାଇଁ ମଞ୍ଜୁର କରାଯାଇ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରକାଶ ଥାଉ କି ଏହି ବିଷୟରେ ଜିଲ୍ଲା ପରିଷଦ ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ମାନେ ବଳରାମ ଯୋଜନା ଉପରେ ଅଧିକାରୀ ଙ୍କୁ ବୁଝାଇବା କୁ କହିବା ସହ ଏହି ଯୋଜନାରେ କେତେ ଗୋଷ୍ଠୀ ଫଳପ୍ରଦ ହୋଇ ଛନ୍ତି ପ୍ରଶ୍ନ କରିଥିଲେ । ବିଭାଗୀୟ କର୍ତ୍ତୃପକ୍ଷ 13 ଜଣ ଗୋଷ୍ଠୀ ଙ୍କୁ ମଞ୍ଜୁର ହୋଇ ଥିବା କହିବା ସହ ବ୍ୟାଙ୍କର ସହଯୋଗ ନ ଥିବାରୁ ଏହି ଯୋଜନା ଆଗକୁ ବଢି ପାରୁ ନ ଥିବା ପ୍ରକାଶ କରିଥିଲେ । ଜନ ପ୍ରତିନିଧି ମାନେ ଅସନ୍ତୋଷ ପ୍ରକାଶ କରିବା ସହ ଏହି ଯୋଜନା ବିଷୟରେ ତୃଣମୂଳ ସ୍ତରରେ ସଚେତନତା କରିବାର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଜିଲ୍ଲା ପ୍ରଶାସନ ବିଭାଗୀୟ କର୍ତ୍ତୃପକ୍ଷ ଙ୍କୁ ଏହି ବିଷୟରେ ଗୁରୁତ୍ଵ ଦେନା ପାଇଁ କହିଥିଲେ ଓ ଏହି ଯୋଜନା କିପରି ସଫଳ ରୂପାୟନ ହୋଇ ପାରିବ ଓ ଅଧିକା ଗୋଷ୍ଠୀ ପାଇ ପାରିବେ ତା ଉପରେ ଗୁରୁତ୍ୱାରୋପ କରିଥିଲେ ।

Leave a Reply

Your email address will not be published. Required fields are marked *