କନ୍ଧମାଳରେ ୭୩ ଟି ରୂପାନ୍ତରୀତ ସ୍ମାର୍ଟ ହାଇସ୍କୁଲ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭରଚୁଆଲ ମାଧ୍ୟମରେ ଉଦଘାଟିତ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦ୍ୱିତୀୟ ପର୍ଯ୍ୟାୟ ରେ ହାତକୁ ନିଆ ଯାଇଥିବା କନ୍ଧମାଳ ଜିଲ୍ଲାର ୭୩ ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟକୁ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭରଚୁଆଲ ମୋଡ଼ରେ ଉଦଘାଟନ କରିଛନ୍ତି । ଚକାପାଦ ବ୍ଲକରେ ହାତକୁ ନିଆ ଯାଇଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ରେ ଏହି ଜିଲ୍ଲା ସ୍ତରୀୟ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର, ଦାରିଙ୍ଗିବାଡ଼ି ବିଧାୟକ ସାଲୁଗା ପ୍ରଧାନ, ଛାତ୍ରୀ ସୋନାଲି କହଁର, ଜିଲ୍ଲାପାଳ ଡକ୍ଟର ଵୃନ୍ଦା.ଡି. ପ୍ରମୁଖ ଉପସ୍ଥିତ ଥିଲେ । ଏସବୁ ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ ଗୁଡିକ ସିକ୍ସ ର ସ୍ମାର୍ଟକ୍ଲାସ ରୁମ, ଇ -ଲାଇବ୍ରେରୀ, ସ୍ୱଚ୍ଛ ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ, ଉନ୍ନତମାନର ଖେଳ ପଡ଼ିଆ, ଆକର୍ଷଣୀୟ ଡ଼ିଜାଇନ ଗେଟ, ବିଭିନ୍ନ ରଙ୍ଗ ଲଗାଇ ଆକର୍ଷଣୀୟ କରାଯାଇଛି l ଏହା ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୦ଟି ହାଇସ୍କୁଲ ରୂପାନ୍ତରୀକରଣ କରାଯାଇଥିଲା । ସରକାରଙ୍କ ରୂପାନ୍ତୀକରଣ କାର୍ଯ୍ୟକ୍ରମ ଦ୍ଵାରା ସରକାରୀ ହାଇସ୍କୁଲ ଗୁଡିକରେ ମଧ୍ୟ ବେସରକାରୀ ଇଂରାଜୀ ମିଡିୟମ ସ୍କୁଲ ପରି ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ, ଶୈଖିକ ବାତାବରଣ, ସହିତ ଅଡ଼ିଓ ଭିଜୁଆଲ ମାଧ୍ୟମରେ ଛାତ୍ର ଛାତ୍ରୀ ସହଜରେ ପାଠ ବୁଝି ପାରିବେ ବୋଲି ଚକାପାଦ ବ୍ଲକ ବିଡ଼ିଓ ଅନିଲ ପଟ୍ଟନାୟକ ପ୍ରକାଶ କରିଛନ୍ତି l ଚକାପାଦ ବ୍ଳକର ୭ ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରୀକରଣରେ ସାମିଲ ହୋଇଥିବା ବେଳେ ଫୁଲବାଣୀ ବ୍ଲକରେ ୬ଟି ସ୍କୁଲ, ଖଜୁରିପଡ଼ାର ୬ଟି ସ୍କୁଲ, ଫିରିଙ୍ଗିଆର ୮ଟି ସ୍କୁଲ, ରାଇକିଆ ୬ଟି, ଜି. ଉଦୟଗିରିରେ ୬, ଦାରିଙ୍ଗିବାଡିରେ ୭ଟି, ବାଲିଗୁଡାରେ ୬ଟି, ତୁମୁଡ଼ିବନ୍ଧ ବ୍ଲକରେ ୫ଟି, କୋଟଗଡ଼ରେ ୬ଟି, କ. ନୂଆଗାଁରେ ୫ଟି, ଟିକାବାଲିରେ ୫ଟି ସ୍କୁଲ ଏପରି ମୋଟ ୭୩ ଟି ଉଚ୍ଚବିଦ୍ୟାଳୟ ଉଦଘାଟିତ ହୋଇଛି l ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ ବିଶ୍ୱରଞ୍ଜନ ନାୟକଙ୍କ ସହିତ ସମସ୍ତ ଲୋକ ପ୍ରତିନିଧ, ବ୍ଲକ ଉନ୍ନୟନ ଅଧିକାରୀ, ଯନ୍ତ୍ରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଲୋକ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଉପସ୍ଥିତ ଥିଲେ l ପରେ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave a Reply

Your email address will not be published. Required fields are marked *