ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ତରଫରୁ ସ୍ଥାନୀୟ ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପାରଳା ପୋୖର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ, ସମ୍ମାନୀୟ ଅତିଥି ସହକାରୀ ଜିଲ୍ଲାପାଳ ଜୁବୁଲି ଚରଣ ବେହେରା ଓ ସରସ୍ୱତୀ ଶିଶୁ ବିଦ୍ୟାଳୟ ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଯୋଗ ଦେଇ ସବୁଜ ପତାକା ଦେଖାଇ ସାଇକେଲ ରାଲି ର ଉଦଘାଟନ କରିଥିଲେ । ଉପସ୍ଥିତ ଅତିଥି ବୃନ୍ଦ ଦୈନନ୍ଦିନ ଜୀବନରେ କିପରି ପ୍ରତ୍ୟେକ ସୁସ୍ଥ ସବଳ ରହିବାକୁ ହେଲେ କ୍ରୀଡ଼ା, ଦୌଡ, ସାଇକେଲ ଚାଳନା ଯୋଗ ବ୍ୟାୟାମ କରିବା ନିହାତି ଆବଶ୍ୟକତା ରହିଛି ବୋଲି ସଂକ୍ଷେପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍କୁଲର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଛାତ୍ର ଛାତ୍ରୀ ଓ ଯୁବକ ସଂଘର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ଟି ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଵିଜୟ କୁମାର ମହାପାତ୍ରଙ୍କ ତତ୍ୱବାଧାନରେ ହୋଇ ଥିବାବେଳେ ନେହେରୁ ଯୁବ କେନ୍ଦ୍ରର ସ୍ବେଚ୍ଛାସେବୀ ବି ଭବାନୀ ପ୍ରସାଦ ଓ ଏ.ମହେଶ୍ୱର ରାଓ ଏବଂ ଅନ୍ୟ ସ୍ବେଚ୍ଛାସେବୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ପାରଳାଖେମୁଣ୍ଡି ରେ ବିଶ୍ୱ ବାଇସାଇକେଲ ଦିବସ ପାଳିତ !!!

