ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ସଂଘ ବୈଠକ !!!

Spread the love

କଳାହାଣ୍ଡି ( ଆୱାଜ ମିଡ଼ିଆ ) – ତୁଳସୀରମ ଛତ୍ରିଆ : ଦିବ୍ୟାଙ୍ଗଙ୍କ ଶିକ୍ଷା ର ବିକାଶ ପାଇଁ ଚ଼େଷ୍ଟିତ ଓଡ଼ିଶା ସ୍ପେସିଆଲ୍ ଏଜୁକେଟର ଫେଡ଼େରେସନ ଫର୍ ଦିବ୍ୟାଙ୍ଗ ( ଓଏସ୍ଇଏଫଡ଼ି ) କଳାହାଣ୍ଡି ଜିଲ୍ଲା ର ଭାଗିରଥି ଉଦ୍ୟାନ ଠାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ କୁ ଜିଲ୍ଲା ସମ୍ପାଦକ ଅନନ୍ତ ଛତ୍ରୀଆ ପରିଚ଼ାଳନା କରିଥିଲେ । ଉକ୍ତ ବୈଠକ ରେ ସଂଗଠକ ଅଶ୍ବିନି ଛତ୍ରିଆ, ଜିଲ୍ଲା ଉପସଭାପତି ବୁଲୁ ସା, ସହ ସମ୍ପାଦକ ହେମାନନ୍ଦ ସାହୁ, ସଂଯୋଜକ କାର୍ତ୍ତିକ ସାହୁ, ସହ ସଂଯୋଜକ ଅଭିଳାଷ ପ୍ରଧାନ, ପ୍ରବକ୍ତା ଅରକ୍ଷିତ କଣ୍ଟା, କୋଷାଧ୍ୟକ୍ଷ ଶୁଭମ ଭୋଇ, ଆଇଟି ସେଲ ସଂଯୋଜିକା କ୍ଷୀରମୋହନ ପଟେଲ, ସହ କୋଷାଧ୍ୟକ୍ଷ ସନ୍ତୋଷ ପ୍ରଧାନ ଙ୍କ ସମେତ ବହୁ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ବୈଠକରେ ୬୦ ରୁ ଉର୍ଦ୍ଧ୍ବ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ଓ ଶିକ୍ଷୟତ୍ରୀ ସଂଘର ସଦସ୍ୟତା ଗ୍ରହଣ କରିଥିଲେ । RPWD ଆଇନ ଓ ସୁପ୍ରିମକୋର୍ଟ ଙ୍କ ଆଦେଶ ମୁତାବକ ଓଡ଼ିଶା ର ପ୍ରତ୍ୟେକ ସାଧାରଣ ବିଦ୍ୟାଳୟ ରେ ଜଣେ ଜଣେ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି ନିମନ୍ତେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ, ମୁଖ୍ୟ ଶାସନ ସଚ଼ିବ ଓ ବିଦ୍ୟାଳୟ ଗଣଶିକ୍ଷା ସଚ଼ିବଙ୍କୁ ସଂଘ ତରଫରୁ ବିନମ୍ର ଅନୁରୋଧ କରାଯାଇଥିଲା ।

Leave a Reply

Your email address will not be published. Required fields are marked *