ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟର ପରିସରରେ ରଜ ଉତ୍ସବ ପାଳନ ନିମନ୍ତେ ଆଜି ଅପରାହ୍ନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଡ଼ି ଆର୍ଟ ସଦସ୍ୟ ଜିତୁ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଅନୁଷ୍ଠାନର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ ତିନି ଦିନ ବ୍ୟାପି ପାଳନ ହେବାକୁ ଥିବା ରଜ ଉତ୍ସବ ସମ୍ବନ୍ଧୀୟ ସୂଚନା ଦେଇଥିଲେ । ରଜ ଉତ୍ସବରେ ବିଭିନ୍ନ ପ୍ରତିଯୋଗିତା ମାନ କରାଯିବା ସହ ଜିଲ୍ଲା ସ୍ତରୀୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ। ପ୍ରଥମ ରଜରେ ପାନ ଭଙ୍ଗା, ପାନ ଖିଆ, ରଜ ପିଠା ପ୍ରସ୍ତୁତି, ଶାଢ଼ୀ ପିନ୍ଧା ପ୍ରତିଯୋଗିତା ହେବାକୁ ଥିବାବେଳେ , ମଝି ରଜରେ ବେଣୀ ଖୋସା, ମେହେନ୍ଦୀ, ନୃତ୍ୟ ପ୍ରତିଯୋଗିତା କରାଯିବ ଏବଂ ଶେଷ ରଜରେ ଗୀତ, ଅନ୍ତାକ୍ଷରି ଓ ସାଧାରଣ ଜ୍ଞାନ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହାୟିବ । ଏହା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ନେଇ ସଂସ୍ଥାର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି । ଅନୁଷ୍ଠିତ ସମ୍ମିଳନୀରେ ସୁମତି ମଲ୍ଲିକ, ଶୁଭଶ୍ରୀ ଜେନାଙ୍କ ସମେତ ଓଡ଼ି ଆର୍ଟର ସମସ୍ତ କର୍ମୀବୃନ୍ଦ ଉପସ୍ଥିତ ଥିଲେ ।
ବଡ଼କୁଳ ଓଡ଼ି ଆର୍ଟ ସେଣ୍ଟରରେ ତିନି ଦିନ ଧରି ପାଳନ ହେବ ରଜ ମହୋତ୍ସବ !!!

