ଆନ୍ତର୍ଜାତିକ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ବୈଠକ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ସଦର ମହକୁମାସ୍ଥିତ ପର୍ଯ୍ୟଟନ ସ୍ଥଳୀ ବରୁଣେଇ ପାଦଦେଶରେ ଆନ୍ତର୍ଜାତୀୟ ମାନବ ଅଧିକାର ରକ୍ଷକ ସଙ୍ଗଠନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାରେ ନୂତନ ଭାବେ ଏକ ଶାଖା ଖୋଲିବା ସହ କର୍ମକର୍ତ୍ତା ଚୟନ କରାଯାଇଥିଲା । ଏହି ଅନୁଷ୍ଠାନ ବିଭିନ୍ନ କ୍ଷେତ୍ରରେ ଅବହେଳିତ ନିଷ୍ପେସିତ ଲୋକ ମାନଙ୍କୁ କିପରି ନ୍ୟାୟ ପାଇବା ସହ ଆଗାମୀ ଦିନରେ ସାମାଜିକ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯାଇ ସଙ୍ଗଠନକୁ କିପରି ମଜଭୁତ କରିବାକୁ ନେଇ ଏକ ଆଲୋଚନା କରାଯାଇଥିଲା । ଏ ନେଇ କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ମୀନକେତନ ପଟ୍ଟନାୟକ, ସର୍ଵ ଭାରତୀୟ ଉପଦେଷ୍ଟା ପ୍ରତାପ ମିଶ୍ର, ରାଜ୍ୟ ସଭାପତି ଜିତେନ୍ଦ୍ର ପାତ୍ର, ରାଜ୍ୟ ମହିଳା ସମ୍ପାଦିକା ରେବତୀ ନାୟକ ,ଖୋର୍ଦ୍ଧା ଜିଲ୍ଲା ସଭାପତି ଅବିନାଶ ନାୟକ, ମହିଳା ସଭାପତି ସୁବ୍ରତା ବନ୍ଦୋପାଧ୍ୟାୟ, ଜାତୀୟ ଉପଦେଷ୍ଟା କମାଣ୍ଡର କୃଷକ କଲ୍ୟାଣ ଲକ୍ଷ୍ମଣ ଦାସ, ରାଜ୍ୟ ସମ୍ପାଦକ କଲ୍ୟାଣ ମହାନ୍ତି ,ଜାତୀୟ ଗଣମାଧ୍ୟମ ମୁଖ୍ୟ ସଂଯୋଜକ ସୁଧାଂଶୁ ଦେଓ , ଜାତୀୟ ପରାମର୍ଶ ଦାତା ଲକ୍ଷ୍ମଣ ଦାସ ଓ ଖୋର୍ଦ୍ଧା ଜିଲ୍ଲା ଉପଦେଷ୍ଟା ଦିବାକର ଭୋଇଙ୍କ ସମେତ ବିଭିନ୍ନ ବ୍ଲକ ର କର୍ମକର୍ତ୍ତା ମାନେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *