ବିଶିଷ୍ଟ ସମାଜସେବୀଙ୍କ ୭୯ ତମ ଜୟନ୍ତୀ ପାଳିତ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ଅନ୍ତର୍ଗତ କଣ୍ଟାବାଡ଼ ଗ୍ରାମର ବିଶିଷ୍ଟ ସମାଜସେବୀ ତଥା ରମାମଣି ମହାବିଦ୍ୟାଳୟର ପ୍ରତିଷ୍ଠାତା ସ୍ୱର୍ଗତ ପଦ୍ମ ଚରଣ ପାଣିଗ୍ରାହୀଙ୍କର ୭୯ ତମ ଜୟନ୍ତୀ ସ୍ଥାନୀୟ ପଦ୍ମ ଚରଣ ପାର୍କ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିକ୍ଷାବିତ କୁଳମଣି ମିଶ୍ର, ନଳିନୀ କାନ୍ତ ପଣ୍ଡା, ରାଜ କିଶୋର ପାଣିଗ୍ରାହୀ, ସମାଜସେବୀ ପ୍ରଶାନ୍ତ ବେହେରା, ସୁବାସ ଚନ୍ଦ୍ର ମହାପାତ୍ର, ମନୋରଞ୍ଜନ ପଣ୍ଡା ଓ ଶ୍ରୀବତ୍ସ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ସ୍ୱର୍ଗତଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କରି ତାଙ୍କର ଅଂଚଳ ପ୍ରତି ଅନନ୍ୟ ଅବଦାନ ଉପରେ ମତ ରଖିଥିଲେ ।

Leave a Reply

Your email address will not be published. Required fields are marked *