ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମୂର୍ତ୍ତିକା ସଂରକ୍ଷଣ ବିଭାଗ ଓ ଜେସିବି ମାଲିକଙ୍କ ସଲାସୁତରା । ମନରେଗା ଯୋଜନା ପୋଖରୀ ଖୋଳାରେ ଦୁର୍ନୀତି ଅଭିଯୋଗ । ବିନା ଫଳକ ରେ ଚାଲିଛି ପୋଖରୀ ଖୋଳା । ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ଷଣ୍ଢମରା ଗ୍ରାମର ଜୟ ପ୍ରଧାନଙ୍କ ନାମରେ ପୋଖରୀ ଖୋଳିବା ପାଇଁ ମନରେଗା ଯୋଜନାରେ ଆସିଛି ଅର୍ଥ । ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଏବଂ ଜେସିବି ମାଲିକଙ୍କ ସଲାସୁତରା ରେ ଜୟ ପ୍ରଧାନଙ୍କୁ ହାତ କରି ରକ୍ଷିତ ଅନାବାଦୀ ଗୋଚର ସରକାରୀ ଜାଗାରୁ ଶହ ଶହ ମୂଲ୍ୟବାନ ଗଛ କଟାଯାଇ ପୋଖରୀ ଖୋଳା ଯାଉଛି । ମେସିନ ଦ୍ଵାରା ପୋଖରୀ ଖୋଳା ଯାଉଥିବା ବେଳେ ଚଞ୍ଚକତା କରି ନୀରିହ ଆଦିବାସୀ ଶ୍ରମିକ ମାନଙ୍କ ଦସ୍ତଖତ ନେଇ ବିଭାଗୀୟ କତୃପକ୍ଷ ଏବଂ ଜେସିବି ମାଲିକ ହଡ଼ପ କରୁଛନ୍ତି ଅର୍ଥ । ଏପରି କି ବିଭାଗୀୟ କର୍ତ୍ତୃପକ୍ଷ ଏବଂ ଜେସିବି ମାଲିକ ମିଶି ନିକଟସ୍ଥ ଧୋଡାପଲ୍ଲୀ ଗ୍ରାମରେ ପୂର୍ବରୁ ବାପା ନାମରେ ଖୋଳା ଯାଇଥିବା ପୋଖରୀ କୁ ବର୍ତ୍ତମାନ ପୁଅ ନାମରେ ଖୋଳା ଯାଇଥିବା ଦର୍ଶାଇ ବିଲ୍ କରାଯାଉଛି । କୈାଣସି ବ୍ୟକ୍ତି ଜଙ୍ଗଲ ରୁ ଜାଳକାଠ ଖଣ୍ଡେ ଆଣିଲେ ବନ ବିଭାଗ ଆଇନ କାନୁନ ଦେଖାଉଥିବା ବେଳେ ଶହଶହ ଗଛ କଟାଯାଇ ପୋଖରୀ ଖୋଳା ଯାଉଥିବା ଘଟଣାକୁ ନେଇ ବନବିଭାଗ ର ମଉନ ବ୍ରତ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିଭାଗୀୟ ସଚିବ ମନରେଗା ଯୋଜନାରେ ହେଉଥିବା ଏହି ଦୁର୍ନୀତି ର ତଦନ୍ତ କରି ଦୁର୍ନୀତି ଗସ୍ତ ଅଧିକାରୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।