ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ।
ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଶମ ସାଧାରଣ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗମନାଗମନ ,ବିଶୁଦ୍ଧ ପାନୀୟ ଜଳ ଯୋଗାଣ ଏବଂ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ବିକାଶ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଭାବେ ବିଡ଼ିଓ ପ୍ରମୋଦ କୁମାର ଦଳ ବେହେରା, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ସାସମଲ, ଜିଲ୍ଲାପରିଷଦ ସଭ୍ୟ ସୁଦୀପ୍ତ ଚନ୍ଦ୍ର ରାୟ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ ଉପସ୍ଥିତ ଥିଲେ । ଏହି ଅଧିବେଶନରେ ବିଭିନ୍ନ ବିଭାଗୀୟ ଅଧିକାରୀ ,ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟ ଏକ କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂଆଗାଁ ପଞ୍ଚାୟତ ସମିତିର ନୂତନ ସଭା ଗୃହ ଉଦଘାଟନ କରିଥିଲେ । ନିର୍ବାଚନ ମଣ୍ଡଳୀର ବିକାଶ ଉପରେ ସର୍ବଦା ଗୁରୁତ୍ୱ ଦେଉଥିବା ବିଧାୟକ ଶ୍ରୀ ବେହେରା ଙ୍କୁ ଅଧିବେଶନରେ ପ୍ରଶଂସା କରାଯାଇଥିଲା ।
ନୂଆଗାଁ ପଞ୍ଚାୟତ ସମିତିର ଦଶମ ସାଧାରଣ ଅଧିବେଶନ ।

