ଓଡିଶା ମୋ ପରିବାର ଜୀବନବିନ୍ଦୁ ତରଫରୁ ରକ୍ତଦାନ ଶିବିର !!

0
194

କଟକ ( ଆୱାଜ ମିଡ଼ିଆ ) – ସଂଜୟ ଚକ୍ରବର୍ତ୍ତୀ : କଟକ ଦୋଳମୁଣ୍ଡାଇ ସ୍ଥିତ ବାବାସାଗର ଦାସ ଵିଦ୍ୟାପୀଠରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସାଧାରଣ ସମ୍ପାଦକ ମନୋଜ ମହାନ୍ତି ଓ ବିଜୁ ଛାତ୍ର ଜନତା ଦଳର କଟକ ଜୋନ ସଭାପତି ସ୍ମୃତି ରଂଜନ ଦାସଙ୍କ ଅଧ୍ୟକ୍ଷତାରେ ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରକ୍ତଦାନ ଶିବିରରେ ମୁଖ୍ୟଅତିଥି ଭାବେ କଟକ-ବାରବାଟୀର ପୁର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ରାଜ୍ୟସଭା ସାଂସଦ ସୁବାସ ସିଂ, କଟକ ସିଟିର ଜୀବନବିନ୍ଦୁ ସଂଯୋଜକ ରଂଜନ ବିଶ୍ୱାଳ,ବାଙ୍କୀ ବିଧାୟକ ଦେବୀ ରଂଜନ ତ୍ରିପାଠୀ, କଟକ ନଗର ସଭାପତି ମଧୁସୂଦନ ଦାସ ଓ ପୁର୍ବତନ କର୍ପୋରେଟର ଅନିତା ବେହେରା ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ରକ୍ତଦାନ ଶିବିରରେ ସର୍ବାଧିକ ୧୮୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି ।

LEAVE A REPLY

Please enter your comment!
Please enter your name here