ବାଲୁଗାଁ ଓଡ଼ିଆ ଆର୍ଟ ସେଣ୍ଟର ରେ ପହିଲି ରଜ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଓଡ଼ିଆ ଆର୍ଟ ସେଣ୍ଟର ବଡ଼କୂଳ ଠାରେ ଆଜି ପହିଲି ରଜ ପାଳିତ ହୋଇଯାଇଛି . ପ୍ରଥମ ଦିନ ପ୍ରତିଯୋଗିତା ରେ ୪୦ ଜଣରୁ ଉର୍ଦ୍ଧ୍ବ ଭାଗ ନେଇଥିଲେ । ପହିଲି ରଜ ରେ ପାନ ଭଙ୍ଗା, ପାନଖିଆ, ରଜପିଠା, ଶାଢ଼ୀପିନ୍ଧା ଓ ଲୋକ ନୃତ୍ୟ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଅର୍ଣ୍ଣପୂର୍ଣ୍ଣା ପଣ୍ଡା, ପୁଷ୍ପାଞ୍ଜଳି ସ୍ୱାଇଁ, ସସ୍ମିତା ପଣ୍ଡା, ସଂଯୁକ୍ତା ବେହେରା ଏବଂ ଲକ୍ଷ୍ମୀ ସାମନ୍ତରାୟ । ଏହି ପ୍ରତିଯୋଗିତା କୁ ଜଜ୍ କରିଥିଲେ ଡାକ୍ତର ବିକ୍ରମ ପଣ୍ଡା, ଜିତୁ ମିଶ୍ର, ପ୍ରହଲ୍ଲାଦ ବେହେରା ଓ ବିଚିତ୍ର ବେହେରା । ଆଜିର ମଞ୍ଚକୁ ଆନୁଷ୍ଠାନିକ ଭାବେ ବଡ଼କୂଳ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ ବେହେରା ଶୁଭ ଉଦଘାଟନ କରିଥିଲେ । ଆଜିର ମଞ୍ଚକୁ ଓ ପ୍ରତିଯୋଗିତାକୁ ଗୁଡ଼ିକୁ ଅନୁଷ୍ଠାନର ସାଂସ୍କୃତିକ ସମ୍ପାଦକ ସୁଶାନ୍ତ କୁମାର ଦାସଙ୍କ ତ୍ୱତାବଧାନ ରେ ସମ୍ପୂର୍ଣ୍ଣ କରାଯିବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ସଫଳ ରୂପାୟନ କରିବାରେ ସୁମତି ମଲ୍ଲିକ, ଶୁଭଶ୍ରୀ ଜେନା ଓ ଶୁଭମ୍ ରାୟ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *