କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ କୋଶିଆପାଳ ବଜ଼ାରରେ ଏକ ନୂତନ SBI ଗ୍ରାହକ ସେବା କେନ୍ଦ୍ର ଉଦଘାଟନ ହୋଇଅଛି l ପୂର୍ବରୁ ଏହି ପଞ୍ଚାୟତ ରେ କୌଣସି ଗ୍ରାହକ ସେବା କେନ୍ଦ୍ର ନଥିବାରୁ ପଞ୍ଚାୟତ ବାସି ଟଙ୍କା ନେଣ ଦେଣ କାରବାର ରେ ବିଭିନ୍ନ ସମସ୍ୟା ର ସମୁଖୀନ ହେଉଥିବା ବେଳେ ପାଞ୍ଚ କିଲୋମିଟର ଦୂରରେ ଥିବା SBI ବ୍ୟାଙ୍କ ଉପରେ ନିର୍ଭର କରୁଥିଲେ l ପଞ୍ଚାୟତ ବାସୀଙ୍କ ଏହି ଅସୁବିଧା ର ସମାଧାନ ପାଇଁ ସେହି ଅଞ୍ଚଳ ର ଯୁବକ ବିଜୟ କୁମାର ବେହେରା ଦୀର୍ଘ ଦିନ ଧରି ଏକ ଗ୍ରାହକ ସେବ କେନ୍ଦ୍ର କରିବା ପାଇଁ ପ୍ରଚେଷ୍ଟା ଜାରି ରଖିଥିଲେ l ଆଜି ବିଜୟ ପଞ୍ଚାୟତ ବାସୀଙ୍କ ଅନଲାଇନ ବ୍ୟାଙ୍କ ସୁବିଧା ପାଇଁ SBI ଗ୍ରାହକ ସେବ କେନ୍ଦ୍ର ଖୋଲିବାରେ ସଫଳ ହୋଇଛନ୍ତି l ଏହି ଉଦଘାଟନ ଉତ୍ସବରେ ସ୍ଥାନୀୟ ସରପଞ୍ଚ ଦୟାନିଧି ଦାଶ ଫିତା କାଟି ଉଦଘାଟନ କରିଥିବା ବେଳେ , RND ର କର୍ମଚାରୀ ପ୍ରଭାତ କୁମାର ସିଂ, ଗୁଆଳସିଂ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବଟକୃଷ୍ଣ ସେଠୀ , କୋଶିଆପାଳ ୱାର୍ଡ ମେମ୍ବର ଅନିଲ କୁମାର କୁଣ୍ଡ, ଚିନୁ ନାୟକ, ସମାଜସେବୀ ନିରାକାର ମହାରଣା ଙ୍କ ସମେତ ଅନେକ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ l ତେବେ ଏହି SBI ଗ୍ରାହକ ସେବା କେନ୍ଦ୍ର ହେବା ଫଳରେ ପ୍ରାୟ ଚାରି ରୁ ପାଞ୍ଚ ହଜାର ଲୋକେ ଅନଲାଇନ ସେବା ର ସୁବିଧା ପାଇ ପାରିବେ ବୋଲି ଆଶା ରଖାଯାଉଛି ଏହା କହିଛନ୍ତି ସ୍ଥାନୀୟ ସରପଞ୍ଚ ଦୟାନିଧି ଦଶ I ଏହି SBI ଗ୍ରାହକ ସେବା କେନ୍ଦ୍ର ଉଦଘାଟନ ହେବା ଫଳରେ ସ୍ଥାନୀୟ ବାସିନ୍ଦା ବେଶ ଖୁସିଥିବା ଦେଖିବାକୁ ମିଳିଛି I