ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଡମପଡା ବ୍କକର ଅରପୁର ଗ୍ରାମରେ ପାଳିତ ହେଉଥିବା ପଲ୍ଲୀ ରଜ ମହୋତ୍ସବର ୪ର୍ଥ ଦିବସରେ ଯୋଗ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆମ ପରିବାର ସହ ସଂପାଦକ କୁମାର ଅମୀୟ ଇଛୁକ ଶିକ୍ଷାର୍ଥି ମାନଙ୍କୁ ଯୋଗ ଉପରେ ଆଲୋଚନା କରିବା ସହିତ ପିଲାମାନଙ୍କୁ ଯୋଗ ଶିଖାଇଥିଲେ । ଗଂଜାମ, ଛତ୍ରପୁରରୁ ଆସିଥିବା ଶିଶୁ ଟାଏକୋଣ୍ତ ଅଂଶୁମାନ ହାତୀ ଛୋଟ ଛୋଟ ପିଲାଙ୍କୁ ନିଜର ଟାଏକୋଣ୍ତ ଶିକ୍ଷାର ଅଭିଞତାକୁ ଦେଖାଇଥିଲେ । ମଙ୍ଗଳ ମନ୍ଦିର ପରିସରରେ ରଜ ମହୋତ୍ସବ ତରଫରୁ ବିଭିନ୍ନ ପ୍ରକାର ଫଳ ଗଛ ରୋପଣ କରାଯାଇଥିଲା । ସମସ୍ତ କାର୍ଯକ୍ରମକୁ ଅରପୁର ଗ୍ରମାବାସୀ ଓ ଯୁବବଂଧୁ ସତସଂଘ ପରିବାର ର ସଦସ୍ୟ ମାନେ ପରିଚାଳନା କରିବା ସହିତ ପୀତବାସ ସାହୁ , ଅକୃର ନାୟକ, ସୌରଭ ନାୟକ ପ୍ରମୂଖ ସହଯୋଗ କରିଥିଲେ ।
ଅରପୁର ରଜ ମହୋତ୍ସବର ୪ ର୍ଥ ଦିବସରେ ଯୋଗ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ !!!

