ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ଅଞ୍ଚଳର ଜଣାଶୁଣା ବ୍ୟକ୍ତିତ୍ୱ ଶିକ୍ଷାବିତ ତଥା ବାଙ୍କୀ ମହାବିଦ୍ୟାଳୟ ର ପୂର୍ବତନ କ୍ରିଡା ଶିକ୍ଷକ ଭ୍ରମରବର ସାହୁ ଙ୍କର ୮୫ବର୍ଷ ବୟସରେ ପରଲୋକ ହୋଇଅଛି । ତାଙ୍କର ବିୟୋଗରେ ସମଗ୍ର ବାଙ୍କୀରେ ଶୋକର ଛାୟା ଖେଳି ଯାଇଥିବା ସମୟରେ ବାଙ୍କୀ ମହାବିଦ୍ୟାଳୟ ର କର୍ମଚାରୀ ମାନେ ଶୋକ ପ୍ରକାଶ କରିଛନ୍ତି । ଶ୍ରୀଯୁକ୍ତ ସାହୁ ବାଙ୍କୀ ମହାବିଦ୍ୟାଳୟରେ କ୍ରୀଡା ଶିକ୍ଷକ ଭାବରେ କାର୍ଯ୍ୟ କରି ଅବସର ନେଇଥିଲେ , ଜଣେ ଦକ୍ଷ କ୍ରିଡା ପ୍ରଶିକ୍ଷକ ଭାବରେ ସେ ବେଶ ପରିଚିତ ଥିଲେ । ଏହା ସହିତ ଜଣେ ମେଳାପୀ ନମ୍ର ସ୍ୱଭାବର ମଣିଷ ଥିଲେ , ମୃତ୍ୟୁ କାଳୀନ ଅନ୍ତିମ ଶଯ୍ୟା ନିକଟରେ ପୁଅ ନିରଞ୍ଜନ ସାହୁ, ପ୍ରସନ୍ନ କୁମାର ସାହୁ, ମନୋରଞ୍ଜନ ସାହୁ , ଝିଅ ପ୍ରମୋଦିନି ସାହୁ ଏବଂ ଜ୍ୱାଇଁ ସହଦେବ ସାହୁ ଉପସ୍ଥିତ ଥିଲେ . ଶୋକାକୁଳ ପରିବେଶରେ ସ୍ୱର୍ଗତ ସାହୁଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ଆତ୍ମୀୟ ସ୍ୱଜନ ଏବଂ ପରିବାର ବର୍ଗ ।