ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲା ଓଡଗାଁ ବ୍ଲକ ସାକେରୀ ପଞ୍ଚାୟତ ସରପଞ୍ଚ ବହିଷ୍କାର ମାମଲାରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ କାର୍ଯ୍ୟକାରୀ କରା ନଯାଇ ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ବେଖାତିର ଭାବର ଜ୍ୱଳନ୍ତ ଦୃଷ୍ଟାନ୍ତ ଦେଖାଇଛନ୍ତି ନୟାଗଡ ଜିଲ୍ଲାପାଳ, ଏପରି ଅଭିଯୋଗ ଆଣିଛନ୍ତି ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ l
ଘଟଣାରୁ ଜଣାଯାଏ ସାକେରୀ ଗ୍ରାମ ପଞ୍ଚାୟତ ସରପଞ୍ଚ କ୍ରମାଗତ ଭାବେ ତିନିଗୋଟି ପଞ୍ଚାୟତ ବୈଠକରେ ଅନୁପସ୍ଥିତ ରହିଥିବା ସୂଚନା ଆଇନରେ ପ୍ରଦତ୍ତ ତଥ୍ୟକୁ ଭିତ୍ତିକରି ପଂଚାୟତିରାଜ ବିଭାଗୀୟ ପ୍ରମୁଖ ଶାସନ ସଚିବ, ନୟାଗଡ ଜିଲ୍ଲାପାଳଙ୍କ ସମେତ ୮ ଜଣ ସରକାରୀ ଅଧିକକାରୀଙ୍କୁ ପକ୍ଷଭୁକ୍ତ କରି ସେହି ପଞ୍ଚାୟତର ନିରଞ୍ଜନ ମହାପାତ୍ରଙ୍କ ସମେତ ୯ ଜଣ ୱାର୍ଡ ମେମ୍ବର ମିଳିତ ଭାବେ ମାନନୀୟ ଉଚ୍ଚ ନ୍ୟାୟାଳୟରେ ଦାଖଲ କରିଥିବା ଯାଚିକା WP(C) 12500 / 2020 ଉପରେ ଶୁଣାଣି କରାଯାଇ ଗତ 1.6.2020 ତାରିଖରେ ନୟାଗଡ ଜିଲ୍ଲାପାଳ ଏହି ଅଭିଯୋଗ ଉପରେ ତଦନ୍ତ କରି ଓଡିଶା ଗ୍ରାମ ପଞ୍ଚାୟତ ଆଇନ 115 ଧାରା ଅନୁସାରେ ୬ ମାସ ମଧ୍ୟରେ ଅର୍ଥାତ 01.12.2020 ସୁଦ୍ଧା ଆଇନ ଅନୁମୋଦିତ ଭାବେ ଚୂଡାନ୍ତ ନିର୍ଦେଶନାମା ପ୍ରକାଶ କରିବା ପାଇଁ ଜିଲ୍ଲାପାଳଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ନିର୍ଦ୍ଧିଷ୍ଟ ସମୟସୀମା ଧାର୍ଯ୍ୟ କରିଥିଲେ l ଆବେଦନକାରି ମାନେ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ନକଲ ସହ ରିଟ ପିଟିସନ ଏବଂ ସୂଚନା ଆଇନରେ ପ୍ରାପ୍ତ ହୋଇଥିବା ପଞ୍ଚାୟତ ରିଜଳୁସାନ ଖାତାର ନକଲ ସହ ଆବଶ୍ୟକୀୟ କାଗଜଦ ଜିଲ୍ଲାପାଳଙ୍କ ଅଦାଲତରେ ଦାଖଲ କରିବା ପରେ ଜିଲ୍ଲାପାଳଙ୍କ ଅଦାଲତ ମିସ କେଶ ନମ୍ବର 55 / 2020 ପଞ୍ଜିକୃତ ହୋଇ ଉଭୟ ପକ୍ଷଙ୍କ ଜବାବ ସୁଆଲ ଗତ 11.12.2020 ତାରିଖରୁ ସମ୍ପନ୍ନ ହୋଇ ଚୂଡାନ୍ତ ଜଜମେଣ୍ଟ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା . ତେଣୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁସାରେ ଜିଲ୍ଲାପାଳ ଓଡିଶା ଗ୍ରାମ ପଞ୍ଚାୟତ ଆଇନ ଅନୁସାରେ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସାକେରୀ ସରପଞ୍ଚ ଅଯୋଗ୍ୟ ଘୋଷଣା ସମ୍ପର୍କିତ ଚୂଡାନ୍ତ ନିର୍ଦ୍ଦେଶନାମା ଜାରି କରିବା କ୍ଷେତ୍ରରେ ଆଜକୁ ଏକବର୍ଷ ହେବାକୁ ଗଲାଣି ତଥାପି କୌଣସି ଚୂଡାନ୍ତ ନିର୍ଦ୍ଦେଶ ନହେବା କୋଉଠି ନା କୋଉଠି ରାଜନୈତିକ ଚାପରେ ଜିଲ୍ଲାପାଳ ଫାଇଲ ବନ୍ଦ କରି ବସିଥିବା କହିଛନ୍ତି ଆଇନଜୀବି ରଣଜିତ ଦାଶ l ପଞ୍ଚାୟତ କାର୍ଯ୍ୟକାଳ ସରିବା ପାଇଁ ଆଉ ଅଳ୍ପ କେଇ ମାସ ବାକି ଥିବାବେଳେ ଆବେଦନକାରୀ ୱାର୍ଡ ମେମ୍ବର ମାନେ ନ୍ୟାୟ ପାଇବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ଜାଣିଶୁଣି ଫୁ କରି ଦିଆଯାଉଛି l ଜିଲ୍ଲାପାଳ ମହୋଦୟାଙ୍କ ଏଭଳି ଅଦାଲତ ଅବମାନନା ମନୋବୃତି ପାଇଁ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ବୋଲି ଆଇନଜୀବି ଶ୍ରୀ ଦାଶ ଗଣମାଧ୍ୟମକୁ କହିଛନ୍ତି l