କୋଭିଡ଼ ନିୟମ ଉଲ୍ଲଂଘନ କରିଥିବାରୁ ହାଇଟେକ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଦଶହଜାର ଜୋରିମାନା !!!

0
260

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : କୋଭିଡ଼ ନିୟମ ଉଲ୍ଲଙ୍ଘନ କରିଥିବା ଯୋଗୁଁ ହାଇଟେକ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ 10 ହଜାର ଟଙ୍କା ଜୋରିମାନା ଦେବାକୁ ପଡିଛି । ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଉପକଣ୍ଠ ଆର.ସୀତାପୁର ଠାରେ ଥିବା କୋଭିଡ଼ ହସ୍ପିଟାଲ ପରିସରରେ ହାଇଟେକ ମେଡ଼ିକାଲ କର୍ତ୍ତୃପକ୍ଷଙ୍କ ଦ୍ଵାରା ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଥିଲା .

କୋଭିଡ଼ ହସ୍ପିଟାଲ ପରିସରରେ ଏହି ଭଳି ଆୟୋଜନ ଯୋଗୁଁ କୋଭିଡ଼ ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗରେ ଜିଲ୍ଲା ପ୍ରଶାସନ ହାଇଟେକ ମେଡ଼ିକାଲ କର୍ତ୍ତୃପକ୍ଷଙ୍କୁ ତାଗିଦ କରିବା ସହ 10 ହଜାର ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଥିଲେ । ଏଥିରେ ହାଇଟେକ କର୍ତ୍ତୃପକ୍ଷ ଗଜପତି ପ୍ରଶାସନର ନିର୍ଦ୍ଦେଶକୁ ମାନି 10 ହଜାର ଟଙ୍କା ଜୋରିମାନା ପ୍ରଦାନ କରିଛି । ଜିଲ୍ଲା ପ୍ରଶାସନ ଏହି ବିଷୟରେ ପ୍ରେସ ବିଜ୍ଞପ୍ତି ଜରିଆରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here