ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ନାରଣଡିହ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ‘ ନାରାୟଣୀ ଦେବୀ ଙ୍କର ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟର ରତ୍ନମୁଦ କାର୍ଯ୍ୟ ଗ୍ରାମବାସୀଙ୍କ ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗ୍ରାମବାସୀ ଙ୍କ ତରଫରୁ ଶ୍ରୋତ୍ରିୟ ବ୍ରାହ୍ମଣ ମାନଙ୍କ ଦ୍ୱାରା ବୈଦିକ ରୀତିନୀତି ପୂଜା ପୂର୍ବକ ହୋମ କାର୍ଯ୍ୟ ସମାପନ ସହ ଶ୍ରଦ୍ଧାଳୁ ମାନଙ୍କ ଲାଗି ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ମନ୍ଦିର ରତ୍ନମୁଦ କାର୍ଯ୍ୟ ଅବସରରେ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ବାଣପୁର ନାରଣଡିହ ମା ନାରାୟଣୀ ଦେବୀ ଙ୍କର ମନ୍ଦିର ରତ୍ନମୁଦ କାର୍ଯ୍ୟ ଅନୁଷ୍ଠିତ !!!

