ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ସାଇ ସୂର୍ଯ୍ୟାସ୍ତବିହାର ତରତୋଶାସନ ଅସୁରେଶ୍ଵର ଠାରେ କ୍ରିଡାବିତ ତଥା ଶିକ୍ଷାବିତ ଭ୍ରମରବର ପଣ୍ଡାଙ୍କ ୧୦୭ ଜନ୍ମ ଶତବାର୍ଷିକୀ ଉତ୍ସବ ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି । ଡକ୍ଟର ପ୍ରଦିପ୍ତ କିଶୋର ଦାସଙ୍କ ସଭାପତିତ୍ବରେ ଆୟୋଜିତ ଉତ୍ସବରେ ଓଡିଶା ସେବାମଞ୍ଚ ଅଧ୍ୟକ୍ଷ ଭାବଗ୍ରାହୀ ରାଉତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପଣ୍ଡା ଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଉତ୍କଳଜ୍ୟୋତି ରଘୁନାଥ ମହାନ୍ତି ମୁଖ୍ୟବକ୍ତା ଏବଂ ଅବସରପ୍ରାପ୍ତ ଶିକ୍ଷକ ଧିରେନ୍ଦ୍ରନାଥ ମଲ୍ଲ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। କମିଟି ର ଅଧ୍ୟକ୍ଷା ତଥା ସ୍ୱର୍ଗତ ପଣ୍ଡାଙ୍କ ଧର୍ମପତ୍ନୀ ଶରତ କୁମାରୀ ପଣ୍ଡା ଉପସ୍ଥିତ ଥିଲେ । ଏହି ଅବସରରେ କବି ଶ୍ୟାମସୁନ୍ଦର ଲେଙ୍କା, ସୁଧାଂଶୁ ମିଶ୍ର, ପ୍ରଜ୍ଞା ପଣ୍ଡା, ସଚ୍ଚିଦାନନ୍ଦ ମିଶ୍ର, କୁଳମଣି ସାହୁ, ହରପ୍ରସାଦ ପଣ୍ଡା ପ୍ରମୁଖ ଙ୍କୁ ସମ୍ମାନୀତ କରାଯାଇଥିଲା । ନିଶ୍ଚିନ୍ତକୋଇଲି ବ୍ଲକ ସମ୍ବାଦ ର ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସ ଙ୍କୁ ଅଞ୍ଚଳ ର ଶ୍ରେଷ୍ଠ ସାମ୍ବାଦିକ ହିସାବରେ ସମ୍ବର୍ଦ୍ଧିତ କରାଯାଇଛି । ଶିକ୍ଷାଗୁରୁ ଭ୍ରମରବର ପଣ୍ଡା ଙ୍କ ଉଦ୍ଦେଶ୍ୟରେ ପରିବେଶବିତ ନିରଞ୍ଜନ ସାହୁ ଓ ଜତୀନ୍ଦ୍ର କୁମାର ପଣ୍ଡା ଙ୍କ ନେତୃତରେ ଔଷଧିୟ ବୃକ୍ଷ ରୋପଣ କରାଯାଇଥିଲା । ଆଇନଜୀବି ତଥା ସ୍ଵର୍ଗତ ପଣ୍ଡା ଙ୍କ ପୁତ୍ର ଭବାନୀ ପ୍ରସାଦ ପଣ୍ଡା ଅତିଥି ପରିଚୟ ପ୍ରଦାନ କରିବା ସହିତ ସ୍ଵାଗତ ଭାଷଣ ଦେଇଥିଲେ । ପ୍ରକୃତି ବନ୍ଧୁ ଅଭୟ କୁମାର ଜେନା ଧନ୍ୟବାଦ ଦେଇଥିଲେ ।
ଶିକ୍ଷାଗୁରୁ ଭ୍ରମରବର ପଣ୍ଡା ଙ୍କ ଜନ୍ମ ଶତବାର୍ଷିକୀ ପାଳନ !!!

