ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ବେଗୁନିଆ ବ୍ଲକ ଶିମୋର ପଞ୍ଚାୟତ ଅନ୍ତର୍ଗତ ଗଁପୁର ଗ୍ରାମରେ ଶୁକ୍ରବାର ବିଳମ୍ବିତ ସନ୍ଧ୍ୟାରେ ପ୍ରେମିକର ବାଇକ ପ୍ରେମିକା ପୋଡି ଦେଇଥିଲା । ଘଟଣା ସ୍ଥଳରେ ବାଘମାରି ପୋଲିସ ପହଂଚିବା ସହ ବେଗୁନିଆ ଦମକଳ କର୍ମଚାରୀ ମାନେ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଏକ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବାଘମାରି ଥାନା ଅଧିକାରୀ ଅର୍ଚ୍ଚନା ମଲ୍ଲିକଙ୍କ ସୂଚନା ମୁତାବକ ସଂପୃକ୍ତ ପଞ୍ଚାୟତର କଣ୍ଟାମଳିମ ଗ୍ରାମର ଜଣେ ଯୁବକ ସେହି ଗ୍ରାମର ଯୁବତୀଙ୍କୁ ଭଲ ପାଇ ଆସୁଥିଲେ । ଯୁବକ ଜଣକ ବିବାହ କରି ନିଜର ପିଲା ଛୁଆକୁ ଧରି ରହୁଥିବା ବେଳେ ପ୍ରେମିକାକୁ ବିବାହର ପ୍ରତିଶୃତି ଦେଇ ବିବାହ ନ କରିବାରୁ ଯୁବତୀ ଜଣକ ରାଗରେ ପ୍ରେମିକର ବାଇକକୁ ଗଁପୁର ବଜାର ଉପରେ ନିଆଁ ଲଗାଇ ଦେଇଥିଲେ । ଫଳରେ ସ୍ଥାନୀୟ ଲୋକ ମାନେ ପୋଲିସ ଓ ବେଗୁନିଆ ଦମକଳ କର୍ମଚାରୀଙ୍କୁ ଖବର ଦେଇଥିଲେ ।ଏହି ଘଟଣା ସମ୍ପର୍କରେ ଖବର ଲେଖା ହେଲା ବେଳକୁ କୌଣସି ସବିଶେଷ ତଥ୍ୟ କିମ୍ବା ଥାନାରେ ଅଭିଯୋଗ ହୋଇ ନଥିବାର ଦେଖିବାକୁ ମିଳିଥିଲା ।
ପ୍ରେମିକର ବାଇକ ପୋଡ଼ିଦେଲା ପ୍ରେମିକା !!!

