ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଆଜକୁ ଗୋଟେ ସପ୍ତାହ ହୋଇଯିବ ଜଣେ ମାନସିକ ଅନଗ୍ରସର ପରି ଲାଗୁଥିବା ମହିଳା ତାଳବସ୍ତ ଏବଂ ଦୁଲଣାପୁର ପଞ୍ଚାୟତ ଅଞ୍ଚଳରେ ଘୁରି ବୁଲୁଛନ୍ତି । ନିଜର ପରିଚୟ ମାଗିଲେ ବିରକ୍ତି ହେଉଛନ୍ତି । ଭଦ୍ରକର ଆରଡି ଅଞ୍ଚଳରେ ନିଜର ଘର ବୋଲି କହୁଥିବା ସମୟରେ , ଏଠାକୁ କିପରି ଆସିଲ ପ୍ରଶ୍ନରେ ଉତ୍ତର ଦିଅନ୍ତି – ଟ୍ରକରେ ଚାଲି ଆସିଲି କଟକ । ଅରପୁର ପଲ୍ଲୀ ରଜ ମହୋତ୍ସବ ଚାଲିଥିବା ସମୟରେ କିଛି ସାମାଜିକ କର୍ମିଙ୍କ ନଜର ପଡିବା ପରେ ତାଙ୍କୁ ଅରପୁର ସ୍କୁଲ ପିଣ୍ତାରେ ଥଇଥାନ କରି ଦିନବେଳେ ଖାଇବାକୁ ଦିଆ ଯାଉଥିଲା । କିନ୍ତୁ ବର୍ତ୍ତମାନ ସମୟରେ ବିଦ୍ୟାଳୟ ଖୋଲିଥିବାରୁ ମହିଳା ଜଣକ ଏଣେତେଣେ ବୁଲୁଛନ୍ତି । ପାଖରେ ଥିବା ତାଳବସ୍ତ ଫାଣ୍ତି ସହିତ ସ୍ଥାନୀୟ ପଞ୍ଚାୟତ ଦ୍ବୟର ବହୁ ଜନ ପ୍ରତିନିଧିଙ୍କୁ ଜଣାଇଥିଲେ ମଧ୍ୟ, ଏଥିପ୍ରତି କେହି ଦୃଷ୍ଟି ଦେଇ ନାହାନ୍ତି । ସ୍ଥାନୀୟ ଅଞ୍ଚଳର ସାମାଜିକ କର୍ମି ଗଗନ ବେହେରା, ମାନସ ମଲିକ, ପ୍ରଣବ କୁମାର ବେହେରା , ପିତବାସ ସାହୁ ପ୍ରମୂଖ ଉକ୍ତ ଅଜଣା ମହିଳାଙ୍କୁ ସୁରକ୍ଷା ପ୍ରଦାନ ସହିତ ନିଜସ୍ବ ଘରେ ପହଂଚାଇବାକୁ ବାଙ୍କୀ ଡମପଡା ପ୍ରସାଶନିକ ଅଧିକାରୀ ଙ୍କୁ ଜଣାଇଛନ୍ତି ।
ମାନସିକ ଅନଗ୍ରସର ମହିଳାଙ୍କ ଥଇଥାନ ପାଇଁ ଦାବୀ !!!

