ଅଭିଯୁକ୍ତକୁ ଗିରଫ ଦାବିରେ ଶ୍ରୀନିବାସପୁର ଗ୍ରାମବାସୀଙ୍କ ବାଣପୁର ଥାନା ଘେରାଉ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଶ୍ରୀନିବାସପୁର ଗ୍ରାମରେ ମଙ୍ଗଳବାର ଦିନ ଏକ ପୋଲର ମରାମତି କାର୍ଯ୍ୟ ଜାରି ରହିଥିବା ବେଳେ ସ୍ଥାନୀୟ କାଉନସିଲର ଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି । ଆକ୍ରମଣକାରିଙ୍କୁ ଗିରଫ ଦାବିରେ ବାଣପୁର ଥାନା ଘେରାଉ କରିଛନ୍ତି ଶ୍ରୀନିବାସପୁର ଗ୍ରାମର ଗ୍ରାମବାସୀ ମାନେ । ଖବର ମୁତାବକ ଶ୍ରୀନିବାସପୁର ଗ୍ରାମରେ ମାଆ ଭାଗବତିଙ୍କ ମନ୍ଦିର ପଛପଟେ ଥିବା ପୋଲର କାମ ଚାଲିଥିଲା । ମଧ୍ୟାହ୍ନରେ ଉକ୍ତ ଗ୍ରାମର ବିଜୁ ନାମକ ଜଣେ ବ୍ୟକ୍ତି ନିର୍ମାଣ କାର୍ଯ୍ୟ ନିମ୍ନମାନର ବୋଲି ଅଭିଯୋଗ କରିବା ସହ ଏହାର କାର୍ଯ୍ୟଦେଶ କାହିଁ ବୋଲି ସମ୍ପୂକ୍ତ କାର୍ଯ୍ୟ ନେଇଥିବା ଠିକାଦାରଙ୍କୁ ପଚାରିଥିଲେ । ଉକ୍ତ ସମୟରେ ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ କାଉନସିଲର ଅଭିମନ୍ୟୁ ପ୍ରଧାନଙ୍କ ସହ ତାଙ୍କର ବଚସା ହୋଇଥିଲା । ବଚସା ପରେ ଅଭିମନ୍ୟୁଙ୍କୁ ବିଜୁ ଆକ୍ରମଣ କରିଥିଲେ ବାଣପୁର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏ ନେଇ ଉକ୍ତ ଗ୍ରାମର ଅଭିମନ୍ୟୁଙ୍କ ସମର୍ଥନରେ ଗ୍ରାମର ବହୁ ମହିଳା ଓ ପୁରୁଷ ବାଣପୁର ଥାନା ଘେରାଉ କରିବା ସହିତ ଆକ୍ରମଣକାରିଙ୍କୁ ଗିରଫ କରିବା ପାଇଁ ଦାବି କରିଥିଲେ । ଏନେଇ ବାଣପୁର ପୋଲିସ୍ କେସ ନମ୍ବର ୨୪୪ / ୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ଅତିରିକ୍ତ ଆଇଆଇସି କହିଛନ୍ତି ।

Leave a Reply

Your email address will not be published. Required fields are marked *