ଚିଲିକା ବ୍ଲକ ହରିପୁର ପଞ୍ଚାୟତ ନବ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅସନ୍ତୋଷ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକ ପରିସରରେ ଆଜି ମଧ୍ୟାହ୍ନ ସମୟରେ ସ୍ଥାନୀୟ ହରିପୁର ପଞ୍ଚାୟତର ନବ ନିର୍ବାଚିତ ଜନ ପ୍ରତିନିଧି ତଥା ସରପଞ୍ଚ , ୱାର୍ଡ ସଭ୍ୟ // ସଭ୍ୟା ଓ ସ୍ଥାନୀୟ ଲୋକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଘଟଣାରୁ ଜଣାପଡିଛି ଯେ, ସରପଞ୍ଚ ଗୀତାଞ୍ଜଳି ବେହେରା, ପୂର୍ବତନ ସରପଞ୍ଚ ବଳଭଦ୍ର ବଳବନ୍ତରାୟ, ୱାର୍ଡମେମ୍ବର କୃଷ୍ଣ ବଳବନ୍ତରାୟ, ଅନ୍ୟାନ୍ୟ ୱାର୍ଡ ସଭ୍ୟ // ସଭ୍ୟା ଓ ଶତାଧିକ ପଞ୍ଚାୟତ ବାସୀ ବ୍ଲକ ମଧ୍ୟକୁ ଆସି ହରିପୁର ପଞ୍ଚାୟତର କାର୍ଯ୍ୟକ୍ରମକୁ ଅଣଦେଖା କରାଯାଉଛି ବୋଲି ବ୍ଲକର ପ୍ରଶାସନିକ ଅଧିକାରୀଙ୍କୁ ଦାୟୀ କରିଛନ୍ତି | ତତସହିତ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି | ଅନ୍ୟପକ୍ଷରେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କ ତରଫରୁ ଉକ୍ତ ର ଜନ ପ୍ରତିନିଧିଙ୍କ ଉନ୍ନତିମୂଳକ କାର୍ଯ୍ୟରେ ସହଯୋଗ କରୁନାହାନ୍ତି ବୋଲି ଅଭିଯୋଗ ରହିଛି | ବ୍ଲକ ପ୍ରଶାସନିକ ଅଧିକାରୀ ଓ ଏହି ପଞ୍ଚାୟତ ଜନ ପ୍ରତିନିଧିମାନଙ୍କ ମଧ୍ୟରେ ତାଳମେଳର ଅଭାବ ରହିଲେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ସଫଳ ରୂପାୟନ କେତେ ଦୂର ସମ୍ଭବ ତାହା କେବଳ ଆଗାମୀ ଭବିଷ୍ୟତ କହିପାରିବ ???

Leave a Reply

Your email address will not be published. Required fields are marked *