ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ଵର ସବ୍ ପୋଷ୍ଟ ଅଫିସ ସମୁଖରେ ପିସିସି ସଭାପତି ଶରତ ପଟ୍ଟନାୟକ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ବ୍ଲକ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ବ୍ଲକ କଂଗ୍ରେସ ସଭାପତି ରମାକାନ୍ତ ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ପ୍ରତିବାଦ ସଭାରେ ମାହାଙ୍ଗା କଂଗ୍ରେସ ନେତା ଦେବେନ୍ଦ୍ର କୁମାର ସାହୁ ଯୋଗଦେଇ ବିଜେପି ନେତୃତ୍ୱାଧୀନ ମୋଦି ସରକାର ଙ୍କ ପ୍ରତିଶୋଧ ରାଜନୀତି କରିଛି ଏବଂ ରାହୁଲ ଗାନ୍ଧୀ ଙ୍କୁ ମିଥ୍ୟା ମାମଲା ରେ ଜଡିତ କରାଯାଇ ବାରମ୍ବାର ଇଡି ଅଫିସ କୁ ଡକା ଯାଉଥିବା ବୋଲି ଅଭିଯୋଗ କରିଥିଲେ । ଏଥି ସହ ଏଆଇସିସି କାର୍ଯ୍ୟଳୟ ଭିତରେ ପୋଲିସ ପଶି କଂଗ୍ରେସ ନେତାଙ୍କୁ ଦୁର୍ବ୍ୟବହାର କରିବା ଏବଂ ଏଆଇସିସି ଅଫିସକୁ କଂଗ୍ରେସ କର୍ମୀ ଓ ନେତା ମାନଙ୍କୁ ପଶିବାକୁ ଦେଉ ନଥିବା ଘଟଣା କୁ ଦୃଢ଼ ନିନ୍ଦା କରିଥିଲେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଖାଦ୍ୟ ଠାରୁ ଆରମ୍ଭ କରି ଗ୍ୟାସ ପର୍ଯ୍ୟନ୍ତ ମିଳତ ଶୋଷଣ ବିରୋଧର ଆଗାମୀ ଦିନରେ ସମଗ୍ର ରାଜ୍ୟରେ ଏକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଥିଲେ । ବସନ୍ତ କୁମାର ମହାରଣା, ସାରଦା ପ୍ରସାଦ ଆଚାର୍ଯ୍ୟ, ସତ୍ୟଜିତ ସାହୁ, ପବିତ୍ର ମୋହନ ପ୍ରଧାନ, ନୁର୍ ଆଲାମ୍ ଖାଁ, ଅକ୍ଷୟ କୁମାର ସାହୁ, ନାରୀ ନେତ୍ରୀ ଅନ୍ନପୂର୍ଣ୍ଣା ମହାପାତ୍ର, କାମାକ୍ଷା ମହାନ୍ତି, ଅକ୍ଷୟ ଦାସ, ସୁଧାଂଶୁ ଶେଖର ସାମନ୍ତରାୟ ଅକ୍ଷୟ କୁମାର ମିଶ୍ର ଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ସଭାରେ ଯୋଗଦେଇ ବିଜେପି ସରକାର ଙ୍କ ତୀବ୍ର ସମାଲୋଚନା କରିଥିଲେ। ରାମଚନ୍ଦ୍ର ମଳିକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *