ଆତ୍ମାହୁତି ଉଦ୍ୟମ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : କଟକ ଜିଲ୍ଲା କିଶନନଗର ଥାନା ସମୁଖରେ ଜଣେ ବ୍ୟକ୍ତିଙ୍କ ଆତ୍ମହୁତି ଉଦ୍ୟମ । ଆଜି କିଶନନଗର ଥାନା ପରିସରରେ ଜଣେ ବ୍ୟକ୍ତି ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତାଙ୍କ ଶରୀରର ନବେ ଭାଗ ପୋଡି ଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ଆତ୍ମାହୁତି ଉଦ୍ୟମ କରିଥିବା ବ୍ୟକ୍ତି ହେଉଛନ୍ତି କିଶନନଗର ଥାନା ଅନ୍ତର୍ଗତ ଇଶାଣି ବ୍ରହ୍ମପୁରର ଗୁଣନିଧି ବିଶୋଇ । ସୂଚନା ଅନୁସାରେ କିଛି ଦିନ ତଳେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ସେ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଥିଲେ . କିନ୍ତୁ ଥାନା ତରଫରୁ କୌଣସି ନ୍ୟାୟ ନପାଇବାରୁ ସେ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ଜଣାଯାଇଛି । ଘଟଣାସ୍ଥଳରେ ସାଲେପୁର ଏସ୍ଡ଼ିପିଓ ବିମଳ କୁମାର ବାରିକ , ଆଡିସନାଲ ଏସ ପି କୃଷ୍ଣପ୍ରସାଦ ପଟ୍ଟନାୟକ ପହଞ୍ଚି ତଦନ୍ତ ଚଳାଇଛନ୍ତି । ସ୍ଥାନୀୟ ଲୋକ ମାନେ କିଶନନଗର ଆଇଆଇସି ସସ୍ମିତା ରଣାଙ୍କ ବହିସ୍କାର ସହିତ ଗିରଫ କରିବା ପାଇଁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *