ମା ଚର୍ଚ୍ଚିକା ଫାର୍ମରସ କମ୍ପାନୀର ନୂତନ ଗୋଦାମ ଗୃହ ଉଦ୍‌ଘାଟନ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ମା ଚର୍ଚ୍ଚିକା ଫାର୍ମରସ କମ୍ପାନୀ ଲିଃ ର ଏକ ନୂତନ ଗୋଦାମ ଗୃହ ଉଦ୍‌ଘାଟିତ ହୋଇ ଯାଇଛି । ବୈଦେଶ୍ୱର କଳାପଥର ରୋଡ ପତନୀ ନୂଆହାଟ ଠାରେ କମ୍ପାନୀର ସଭାପତି ଅଜୟ କୁମାର ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଏକ ଦୋକାନ ଗୃହର ଉଦ୍‌ଘାଟନ କରାଯାଇଥିଲା । ଚାଷୀ ଉତ୍ପାଦିତ ସାମଗ୍ରୀ ବିରି, ମୁଗ, କୋଳଥ, ଚଣା ଓ ଅନ୍ୟାନ୍ୟ କୃଷିଜାତ ସାମଗ୍ରୀକୁ ସରକାରୀ ଧାର୍ଯ୍ୟ ମୁଲ୍ଯରେ କ୍ରୟ ଏବଂ ବିକ୍ରି କରିବା କମ୍ପାନୀର ମୁଖ୍ୟ ଲକ୍ଷ୍ୟ ଅଟେ . ଅଭାବି ବିକ୍ରିକୁ ଦୂର କରିବା ଓ ବ୍ଯବସାୟ କ୍ଷେତ୍ରରେ କମ୍ପାନୀ ସହିତ ସିଧା ସଳଖ ଚାଷୀ ମାନଙ୍କର ଯୋଗାଯୋଗ ହୋଇପାରିବ ବୋଲି କମ୍ପାନୀର ସଭାପତି ଅଜୟ କୁମାର ସ୍ବାଇଁ ମତବ୍ଯକ୍ତ କରିଥିଲେ । ବୋଡ ଅଫ ଡାଇରେକ୍ଟର ସିଦ୍ଧେଶ୍ବର ପାଇକରାୟ, ସୁରେନ୍ଦ୍ର ବିଶ୍ବାଳ, ଚନ୍ଦନ ନାୟକ, କମ୍ପାନୀର କୋଡିନେଟର ମଦନ ମୋହନ ରାଉତଙ୍କ ସମେତ ଅଞ୍ଚଳର କେତେକ ଚାଷୀ ଉକ୍ତ ପଦକ୍ଷେପକୁ ସ୍ବାଗତ ଜଣାଇବା ସହ ଚାଷୀ ମାନଙ୍କର ଉନ୍ନତି ଦିଗରେ କମ୍ପାନୀ କାର୍ଯ୍ୟ କରିବ ବୋଲି ଆଶା ପ୍ରକଟ କରିଛନ୍ତି । ଆଜିର ଏ ପବିତ୍ର ତିଥି ଶ୍ରୀ ଗୁଣ୍ଡିଚା ଅବସରରେ ଏଭଳି ସ୍ବାଗତ ଯୋଗ୍ୟ ପଦକ୍ଷେପ ଚାଷୀ ମାନଙ୍କର ସମସ୍ୟା ଦୁର କରିବାରେ ସହାୟକ ହେବ ।

Leave a Reply

Your email address will not be published. Required fields are marked *