ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ବ୍ଲକ ଅନ୍ତର୍ଗତ ଧଳାପଥର ଗ୍ରାମର ପଟ୍ଟଚିତ୍ର ଗୁରୁ ରମେଶ ଚନ୍ଦ୍ର ସାହୁ ଙ୍କ ଦ୍ଵାରା ଦୀର୍ଘ ୨୧ ବର୍ଷ ଧରି ପ୍ରତିଷ୍ଠିତ ହୋଇଥିବା “ ଓଡିଶୀ ଚିତ୍ରକଳା “ ଅନୁଷ୍ଠାନ ଆଜି ତାର କାୟା ବିସ୍ତାର କରି ତିନୋଟି ଜିଲ୍ଲା ଯଥା ଖୋର୍ଦ୍ଧା ,କଟକ ,ନୟାଗଡ ରେ ମାଗଣା ପଟ୍ଟଚିତ୍ର ଶିକ୍ଷା ଦେଇ ପ୍ରଭାବ ପକାଇଛି । ପ୍ରକାଶ ଥାଉକି କୃଷ୍ଣପଲ୍ଲୀ ଗ୍ରାମର ଆରାଧ୍ୟା ଦେବୀ ମା ଠାକୁରାଣୀ ପୀଠରେ ଗୁରୁ ରମେଶ ଚନ୍ଦ୍ର ଙ୍କ ଆବାହକତ୍ଵ ରେ ଏକ ସଭାର ଆୟୋଜନ କରାଯାଇଥିଲା । ଏଥିରେ କୃଷ୍ଣପଲ୍ଲୀ ଗ୍ରାମର ୧୦୦ ରୁ ଉର୍ଦ୍ଧ ମହିଳା ପଟ୍ଟଚିତ୍ର ଶିଳ୍ପୀ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ । ଆଲୋଚନା ମାଧ୍ୟମରେ କାରିଗର ମାନଙ୍କର ଥଇଥାନ ସହିତ ଏକତ୍ର ବସି କାମ କରିବା ପାଇଁ ଅନୁଷ୍ଠାନ ର ନିଜସ୍ଵ ଗୃହ ନିର୍ମାଣ ତଥା ସରକାରୀ ଯୋଜନା ଆଦି ପାଇବା ପାଇଁ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରାଇବା ଆଦି ପ୍ରସ୍ତାବ ରଖାଯାଇଥିଲା । ଉକ୍ତ ସଭାରେ ଗ୍ରାମର ସଭାପତି ମକର ଘଡେଇ ,ପୂର୍ବତନ ଶିକ୍ଷକ ବାସୁଦେବ ସୁବୁଦ୍ଧି , ପୂର୍ବତନ ସମିତି ସଭ୍ଯ ଫକିର ଚରଣ ବେହେରା , ବୃନ୍ଦାବନ ବିଶ୍ଵାଳ , ନାରାୟଣ ବିଶ୍ଵାଳ , ଲକ୍ଷ୍ମଣ ପ୍ରଧାନ,ବ୍ରହ୍ମଚାରୀ ବିଶ୍ଵାଳ, ଲକ୍ଷ୍ମୀଧର ପରିଡା , ଗୋପୀନାଥ ବିଶ୍ଵାଳ, ନିତ୍ଯାନନ୍ଦ ବିଶ୍ଵାଳ , ଅର୍ଜୁନ ପାଇକରାୟ , ଶଙ୍କର ସାହୁ , ସୁବାଷ ସାହୁ , ଚନ୍ଦ୍ରମଣି ବିଶ୍ଵାଳ , ଯୋଗିନାଥ ବେହେରା , ତ୍ରିନାଥ ପରିଡା , ଆରତ ପରିଡା ଆଦି ଉପସ୍ଥିତ ଥିଲେ । ପରିଶେଷରେ ବାସୁଦେବ ସୁବୁଦ୍ଧି ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।