ବିକିସର ଗ୍ରାମରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ !!!

Spread the love

କଣିହାଁ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଓଡିଶା ସରକାରଙ୍କ ‌ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ତରଫରୁ ଅନୁଗୁଳ ବନଖଣ୍ଡ ଅନ୍ତର୍ଗତ ତାଳଚେର ରେଞ୍ଜ ଅଧିନସ୍ଥ ବିକିସର ଗ୍ରାମ ଠାରେ ୭୩ ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ସମ୍ମାନୀତ ଅତିଥି ଭାବେ କଣିହାଁ ବ୍ଲକ ଅଧ୍ୟକ୍ଷ, ସମଲ ସରପଞ୍ଚ ଜିତେନ୍ଦ୍ର କୁମାର ବେହେରା, ଏସିଏଫ୍ ରଞ୍ଜନ କୁମାର ବେହେରା ଯୋଗ ଦେଇଥିଲେ । ରେଞ୍ଜର ଶ୍ରୀମତୀ ସୁକାନ୍ତି ଦେଈ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ପ୍ରଥମେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ବଳନ ପରେ ସ୍ବାଗତ ଭାଷଣ ହୋଇଥିଲା । ତାଳଚେର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ଜଳବାୟୁର ପରିବର୍ତ୍ତନ ଓ ବୃକ୍ଷ ରୋପଣ ବିଷୟରେ ନିଜର ବକ୍ତବ୍ୟ ରଖି କହିଥିଲେ ଯେ ସମସ୍ତେ ଗଛ ଲଗାଇବା ଜରୁରୀ । ବାୟୁମଣ୍ଡଳରେ ପ୍ରଦୂଷଣ ମାତ୍ରା ବଢିବା ଯୋଗୁଁ କରୋନା ମହାମାରୀ ସମୟରେ ଅମ୍ଳଜାନ ପାଇଁ ଲୋକ ମାନଙ୍କୁ ଅସୁବିଧାର ସମୁଖୀନ ହେବାକୁ ପଡିଥିଲା । ଅଧ୍ୟକ୍ଷ ଓ ସରପଞ୍ଚ ମଧ୍ୟ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଜଗା ପାଇଁ ଗଛ ଟିଏ । ଏଥିରେ ଫରେଷ୍ଟର ଶ୍ରୀମତୀ ଜଲି ଦେହୁରୀ, ବିକିସର ସଭାପତି କ୍ରୀଷ୍ଣା କୁମାର ବେହେରା, ବିଲିଣ୍ଡା ଗ୍ରାମ ସଭାପତି ବଳରାମ ପ୍ରଧାନ, ପୂର୍ବତନ ଓ୍ବାର୍ଡସଭ୍ୟା ତୃପ୍ତିମୟୀ ନନ୍ଦ, ଗୋଲାପ ବେହେରା, ପୂର୍ବତନ ସରପଞ୍ଚ ପ୍ରତାପ ଚନ୍ଦ୍ର ବେହେରା, ଜୟନ୍ତ କୁମାର ପ୍ରଧାନ ଓ ଗ୍ରାମର ଅନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ । ଏହି ସ୍ଥାନରେ ପ୍ରାୟ ୨୦ ଏକର ପରିମିତ ଜାଗାରେ ୧୬,୦୦୦ ବୃକ୍ଷ ଲଗାଯିବାର ଯୋଜନା ହୋଇଛି । ବକ୍ତବ୍ୟ ପ୍ରଦାନ ପରେ ଚାରାକୁ ପୂଜା ପାଠ କରି ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ପ୍ରଥମେ ରୋପଣ କରିଥିଲେ ।

Leave a Reply

Your email address will not be published. Required fields are marked *