ସୁକିନ୍ଦାରେ ପାରମ୍ପରିକ ବାସୀ ରଥଯାତ୍ରା !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ପବିତ୍ର ଶ୍ରୀ ଗୁଣ୍ଡିଚା ଯାତ୍ରାରେ ସମସ୍ତ ସ୍ଥାନରେ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିରରେ ପହଂଚିଥାଏ , କିନ୍ତୁ ସୁକିନ୍ଦାରେ କିଛି ଭିନ୍ନ । ଶ୍ରୀଗୁଣ୍ଡିଚା ଦିନ ପହଣ୍ଡି କରି ଠାକୁରଙ୍କୁ ରଥକୁ ଅଣାଗଲା ପରେ ପୂଜାର୍ଚନା ସାରି ଥରେ ମାତ୍ର ଟଣା ଯାଇଥାଏ । ପରଦିନ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେ । କୁହାଯାଏ ଯେ ପୁରୀ ରଥଯାତ୍ରାକୁ ସମ୍ମାନ ଦେଇ ସେ ସମୟର ରାଜା ଏଭଳି ପରମ୍ପରା ଆରମ୍ଭ କରିଥିଲେ , ଯାହା ଆଜି ପର୍ଯ୍ୟନ୍ତ ଚାଲିଛି । କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ ଯାତ୍ରାରେ ଜନସମାଗମ ବଢିଥିବା ଦେଖା ଦେଇଛି । ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ଏହି ଯାତ୍ରାରେ ଅନେକ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ । ଅତିରିକ୍ତ ତହସିଲଦାର ସୁଧାସଂଗୀତା ସାହୁ, ବିଡ଼ିଓ ତାପସ କୁମାର ସେଠୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭେରୀ ୟସ ତୋପେ, ଥାନା ଅଧିକାରୀ କାବୁଲି ବାରିକ, ରେଙ୍ଗାଲି ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ନବକୃଷ୍ଣ ଜେନା, ରାଜସ୍ବ ପରିଦର୍ଶକ ମହନ୍ତ ଦେହୁରୀ, ବାଇଧର ଜତି, ସ୍ନିଗ୍ଧା ରାଣୀ ନନ୍ଦି ପ୍ରମୁଖ ଉପସ୍ଥିତ ଥିଲେ । ସବୁବର୍ଷ ପରି ସୁକିନ୍ଦା ରାଜା ସାହେବ ଭୂଦେଵ ଭୂପତି ହରିଚନ୍ଦନ ମହାପାତ୍ର ଛେରା ପହଁରା କରିବା ପରେ ରଥଟଣା ହୋଇଥିଲା ।

Leave a Reply

Your email address will not be published. Required fields are marked *