କଳାପଥର ( ଆୱାଜ ମିଡ଼ିଆ ) – ପ୍ରଶାନ୍ତ କର : ସାପ କାମୁଡାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ . କଳାପଥର ଗ୍ରାମ ଆଡୁଆ ସାହିର କାହ୍ନୁ ଚରଣ ସ୍ୱାଇଁ ନାମକ ବ୍ୟକ୍ତିଙ୍କର ସାପ କାମୁଡାରେ ମୃତ୍ୟୁ ହୋଇଛି । ଆଜି ଦ୍ୱିପ୍ରହରରେ ଧଳାପଥର ଗ୍ରାମ ମିଛାପଣ୍ଡାରେ ଥିବା ନିଜ କୁକୁଡାଫାର୍ମକୁ ଯାଇଥିଲେ । କିଛିଦିନ ହେବ ବନ୍ଦହୋଇ ରହିଥିବା ଫାର୍ମକୁ ସଫା କରୁଥିବା ବେଳେ ଏକ ବିଶାକ୍ତ ଚନ୍ଦନବୋଡା ସାପ କାମୁଡିଥିଲା । ପାଖରେ ଥିବା ସମ୍ପର୍କିୟଙ୍କ ସମେତ କିଛି ସାଙ୍ଗ ମାନେ ଭୋଜିର ଆୟୋଜନ କରୁଥିବା ବେଳେ ସାପ କାମୁଡାକୁ ହେୟ ମନେ କରି ଛୋଟ ସାପ କହି କାମୁଡି ନଥିବା କହିଥିଲେ । ଭୋଜିଭାତ ଖାଇ ସାରିଲା ପରେ ପ୍ରାୟ ୩ ଘଣ୍ଟା ପରେ ମୁଣ୍ଡ ଝାଇଁଝାଇଁ ହେଲା ପରେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଥିଲା । ଶବ ବ୍ୟବଛେଦ ହୋଇ ନିଜ ଗ୍ରାମ କଳାପଥର ଅଭିମୁଖେ ଆସୁଥିବା ବେଳେ ଧଳାପଥର ବଜାରରେ ଶତାଧିକ ବ୍ୟବସାୟୀ, ନେତୃ ମଣ୍ଡଳି, ସମାଜସେବୀ ସ୍ୱର୍ଗତ କାଳିଆ ସ୍ୱାଇଁଙ୍କ ଶେଷ ଯାତ୍ରାରେ ସାମିଲ ହୋଇ ଗ୍ରାମ ଶ୍ମଶାନକୁ ନେଇଥିଲେ । ସେ ଜଣେ ସ୍ପଷ୍ଟବାଦୀ, ସାହାଯ୍ୟକାରୀ ମଣିଷ ହୋଇଥିବା ବେଳେ ତାଙ୍କର ଅକାଳ ବିୟୋଗ ନେଇ ସମଗ୍ର କଳାପଥର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ସାପ କାମୁଡାରେ ଯୁବ ବ୍ୟବସାୟୀଙ୍କ ମୃତ୍ୟୁ !!!

