ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବାଘମାରୀ – କଣ୍ଟିଲୋ ୪୮ ନମ୍ବର ଜାତୀୟ ରାଜପଥର ଶିମୋର ନିକଟରେ ଶ୍ରୀ ଲିଙ୍ଗରାଜ ନାମକ ଏକ ଯାତ୍ରୀବାହୀ ବସ ବାଙ୍କୀ ରୁ ଭୁବନେଶ୍ୱର ଅଭିମୁଖ ଯାଉଥିବା ସମୟରେ ଭାରସାମ୍ୟ ହରାଇ ଡାହାଣ ପାର୍ଶ୍ଵରେ ଥିବା ବିଲ ଭିତରକୁ ପଶି ଯାଇଥିଲା । ଏଥିରେ ୨୦ ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ବେଳେ ବେଗୁନିଆ ଅଗ୍ନିଶମ ବିଭାଗ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ବାଘମାରୀ ଥାନା ପୋଲିସ ପହଁଚି ଟ୍ରାଫିକ ନିୟନ୍ତ୍ରଣ କରିବା ସହ ଶାନ୍ତି ଶୃଙ୍ଖଳା ରକ୍ଷା କରିବାରେ ସହଯୋଗ କରିଥିଲେ ।
ଭାରସାମ୍ୟ ହରାଇ ବିଲକୁ ପଶିଲା ଯାତ୍ରୀବାହୀ ବସ : ୨୦ ରୁ ଉର୍ଦ୍ଧ୍ବ ଆହତ !!!

