ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ଯୋଗେଶ୍ୱର ପଣ୍ଡା : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ବଡ଼ବେରଣା ପଞ୍ଚାୟତ ର କୋଲୁହାପାଟଣା ଗ୍ରାମରେ ମା ତାରିଣୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପ୍ରଥମ ଦିନରେ ଅଙ୍କୁରାରୋପଣ ଓ ୧୦୮ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଯଜ୍ଞାଚାର୍ଯ୍ୟ ଚିନ୍ତାମଣି ଦାଶଶର୍ମାଙ୍କ ତତ୍ବାବଧାନରେ ଲକ୍ଷ୍ମୀକାନ୍ତ ନନ୍ଦ, ଅକ୍ଷୟ କୁମାର ମିଶ୍ର ଓ ନାରାୟଣ ମହାପାତ୍ର ଯଜ୍ଞକାର୍ଯ୍ୟରେ ସହଯୋଗ କରିଥିବା ବେଳେ ଲକ୍ଷ୍ମୀଧର ସାହୁ କର୍ତ୍ତା ଭାବେ ଯୋଗ ଦେଇଥିଲେ । ଆଜି ପୂର୍ବାହ୍ନରେ ଶୁଦ୍ଧ ପୁତ ଭାବରେ ପୋଖରୀ ରେ ସ୍ନାନ କରି କଳସ ମୁଣ୍ଡରେ ରଖି ନାମ ସଂକୀର୍ତ୍ତନ ସହ ଗ୍ରାମ୍ୟ ପରିକ୍ରମା କରି କଳସକୁ ପ୍ରତିଷ୍ଠା କରାଯାଇଥିଲା । ଆସନ୍ତା କାଲି ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଆୟୋଜକଙ୍କ ଠାରୁ ପ୍ରକାଶ ।

Leave a Reply

Your email address will not be published. Required fields are marked *