ଘରେ କେହି ନଥିବା ଅବସ୍ଥା ରେ କଳାକନା ବୁଲାଇଲେ ଦୁର୍ବୁତ୍ତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଘରେ କେହି ନ ଥିବା ଅବସ୍ଥା ରେ କଳାକନା ବୁଲାଇଲେ ଦୁର୍ବୁତ୍ତ , ଲକ୍ଷାଧିକ ଟଙ୍କାର ଜିନିଷ ଚୋରି । ସୂଚନା ଅନୁସାରେ ତାଳଚେର ଥାନା ଅନ୍ତର୍ଗତ ତାଳବେଡ଼ା ଗ୍ରାମର ଯୁବ ସାମ୍ୱାଦିକ ଆଦିତ୍ୟ ଦାସ ୪ ଦିନ ହେବ ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ତାଙ୍କ ପରିବାର ସହ ଥର୍ମାଲ SSH ହସ୍ପିଟାଲ ରେ ଥିଲେ ।କିନ୍ତୁ ଗତ କାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ତାଙ୍କ ଘର ର ଗ୍ରିଲ୍ ତାଡି ଘରେ ପଶି ଗୋଡରେଜ ଲକର ଭାଙ୍ଗି ସୁନାର ମଙ୍ଗଳ ସୁତ୍ରୁ ଓ କାନଫୁଲ , ଗୋଟିଏ ସୋନି ଏଲସିଡି ଟିଭି ଓ ୮ ହଜାର ଟଙ୍କା ଚୋରି କରି ନେଇଛି । ଏହାକୁ ନେଇ ଆଦିତ୍ୟ ଦାସ ତାଳଚେର ଥାନା ରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ତାଳଚେର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *