ଅଗ୍ରଣୀ ମହିଳା ସଙ୍ଗଠନ ” ଆକାଂକ୍ଷା ” ତରଫରୁ ୭୨ ତମ ବନ ମହୋତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ ” ଆକାଂକ୍ଷା ” ତରଫରୁ ୭ ୨ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଗଜପତି ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା ମଙ୍ଗରାଜ , ସମ୍ମାନିତ ଅତିଥି ଭାବେ ମନୋଜ କୁମାର ଦାସ, ହରିମୋହନ ପଟ୍ଟନାୟକ, ନାଗେଶ୍ୱର ଚୌଧୁରୀ, ବିଚିତ୍ରାନନ୍ଦ ବେବର୍ତ୍ତା, ରାଜେନ୍ଦ୍ର ପଣ୍ଡା, ତ୍ରିପତି ପଣ୍ଡା, ରାଜେଶ କୁମାର, ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ନାୟକ, ଶ୍ରୀମତୀ ମଞ୍ଜୁ ଚୌଧୁରୀ, ଶ୍ରୀମତୀ ମିଶ୍ର, ଶ୍ରୀମତୀ ପ୍ରମିଳା ମହାପାତ୍ର, ଶ୍ରୀମତୀ ସୁନିତା ବେହେରା, ଶ୍ରୀମତୀ ମଧୁସ୍ମିତା ପାଢ଼ୀ, ଶ୍ରୀମତୀ ସୁନିତା ରଥ, ଶ୍ରୀମତୀ ପ୍ରଣତୀ ଦାସ, ଶ୍ରୀମତୀ ଯୋଗେଶ୍ୱରୀ ଯୋଗ ଦେଇଥିଲେ । ଏହି ଅବସରରେ ମହା ନିମ୍ବ, ଆମ୍ବ, ସୀତାଫଳ,କରଞ୍ଜ, ଇତ୍ୟାଦି ଚାରା ଗଛ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ରୋପଣ କରାଯାଇଥିଲା । ଏହି ସମସ୍ତ କାର୍ଯ୍ୟକ୍ରମକୁ ସଙ୍ଗଠନର ସଭାନେତ୍ରୀ ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସମ୍ପାଦିକା ଶ୍ରୀମତୀ ମୀନା କୁମାରୀ ଟହଲ, ଉପଦେଷ୍ଟା ଡ଼ଃ କଲ୍ୟାଣୀ ମିଶ୍ର, ଶ୍ରୀମତୀ ସ୍ୱର୍ଣ୍ଣପ୍ରଭା ପାଠୀ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *