ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଦୀର୍ଘ ଦୁଇ ବର୍ଷ କରୋନା କଟକଣା ଯୋଗୁଁ ଜଗତର ନାଥ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବନ୍ଦ ଥିବା ବେଳେ ଖାଲି ପ୍ରଭୁ ଙ୍କ ରୀତି ନୀତି ହୋଇଥିଲା . କିନ୍ତୁ ଚଳିତ ବର୍ଷ ଶୈଳ ଶ୍ରୀକ୍ଷେତ୍ର ଅନୁଗୋଳ ଗୁଣ୍ଡିଚା ମା ମନ୍ଦିର ସମୁଖରେ ହଜାର ହଜାର ଭକ୍ତ ଙ୍କ ସମାଗମ ଦେଖିବାକୁ ମିଳିଛି । ଆଜି ପ୍ରଭୁ ଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ଉପଲକ୍ଷେ ବିଭିନ୍ନ ନୀତି ସମ୍ପନ୍ନ ହୋଇ ଯାଇଛି । ଆଜି ଅନୁଗୋଳ ପିଡି ଲଳିତ କୁମାର ବେହେରା ଛେରା ପକାଇଥିବା ବେଳେ ଅନୁଗୁଳ ଏସ୍ପି ଜଗମୋହନ ମୀନା ପହଁରା କାର୍ଯ୍ୟ କରିଥିଲେ । ଏହା ପରେ ତିନି ରଥ ଜଗନ୍ନାଥ ମନ୍ଦିର ଅଭିମୁଖେ ଆଗେଇ ନେଇଥିଲେ ହଜାର ହଜାର ଭକ୍ତ ଗଣ । ରଥ ଟଣା ବେଳେ ବର୍ଷା ହେବାରୁ ତିନି ରଥକୁ ବର୍ଷା ରେ ଭିଜି ଭିଜି ଟାଣିଲେ ଭକ୍ତ । ଭକ୍ତ ମାନଙ୍କ ସୁରକ୍ଷା ଦୃଷ୍ଟିକୁ ରଖି ପୋଲିସ ମୁତୟନ କରାଯାଇଥିଲା । ଏଥିସହ ଗାୟତ୍ରୀ ମନ୍ଦିର ଠାରେ ଏବଂ ଅନୁଗୁଳ ଦୁର୍ଗା ଶଙ୍କର ପୂଜା ସମିତି ପକ୍ଷରୁ ଅନ୍ନପ୍ରସାଦ ବ୍ୟବସ୍ଥା ଓ ପାନୀୟ ଜଳ ବ୍ୟବସ୍ଥା ମଧ୍ୟ କରାଯାଇଥିଲା । ସନ୍ଧ୍ୟା ୭.୧୦ ମିନିଟ ସମୟରେ ତିନି ରଥ ଶୈଳ ଶ୍ରୀକ୍ଷେତ୍ର ମନ୍ଦିର ସମୁଖ ରେ ପହଞ୍ଚିଥିଲା । ତାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭକ୍ତ ଦର୍ଶନ କରିଥିଲେ ।
ଅନୁଗୋଳ ଶୈଳ ଶ୍ରୀକ୍ଷେତ୍ର ରେ ବାହୁଡ଼ା ଯାତ୍ରା ପାଳିତ : ବର୍ଷା ରେ ଭିଜି ଭିଜି ରଥ ଟାଣିଲେ ଭକ୍ତ !!!

