ଚତୁର୍ଥ ସେମିଷ୍ଟର ପରୀକ୍ଷା କୁ ଅଫଲାଇନ ଦେବାକୁ ବିରୋଧ କଲେ ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ୩ ୟ ବର୍ଷର ଛାତ୍ରୀ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ମହିଳା ମହାବିଦ୍ୟାଳୟର 2019 ବର୍ଷର ଛାତ୍ରୀ ମାନେ ଚତୁର୍ଥ ସେମିଷ୍ଟର ପରୀକ୍ଷା କୁ ଅଫଲାଇନ ଦେବାକୁ ବିରୋଧ କଲେ . ଅଫଲାଇନ ପରୀକ୍ଷା ଦେବାକୁ ବିରୋଧ କରିବା ସହିତ କଲେଜ ଆଗ ସାମ୍ନାରେ ଧାରଣାରେ ବସିଥିଲେ । କରୋନା ମହାମାରୀ ସମୟରେ ସେମାନଙ୍କର କ୍ଲାସ ଅନଲାଇନ ରେ ହୋଇଥିବାରୁ ପିଲାମାନେ ସଠିକ ଭାବେ ପାଠକୁ ବୁଝି ପାରିବାରେ ଅକ୍ଷମ ହୋଇଛନ୍ତି । ଗତ ସେପ୍ଟେମ୍ବର ମାସରୁ ସେମାନେ ପଞ୍ଚମ ସେମିଷ୍ଟର ଦେଇ ଆସୁଥିବାରୁ ଏବେ 15 ଦିନ ଭିତରେ ସେମାନେ ପ୍ରସ୍ତୁତି ହେବାକୁ ଅକ୍ଷମ ଅଟନ୍ତି , ତେଣୁ ୩ ୟ ବର୍ଷର ପିଲାମାନେ ଆଜି କଲେଜ ଆଗସମ୍ନାରେ ଏହାକୁ ବିରୋଧ କରି ଅନଲାଇନ ପରୀକ୍ଷା ହେବା ଦାବିରେ ଧାରଣା ବସିଥିଲେ ।

Leave a Reply

Your email address will not be published. Required fields are marked *