ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ଆରାଧ୍ୟା ଦେବତା ପ୍ରଭୁ ଶ୍ରୀ ଶ୍ରୀ ଦଧିବାମନଜୀଉ ଙ୍କ ବାହୁଡ଼ାଯାତ୍ରା ମହା ସମାରୋହରେ ପାଳିତ ହୋଇଛି । ଶ୍ରଦ୍ଧାଳୁ ମାନେ ରବିବାର ଦିନ ଅପରାହ୍ନରେ ଗୁଣ୍ଡିଚା ମନ୍ଦିର ରୁ ରଥକୁ ଟାଣି ଆଣି ମାଉସୀଙ୍କ ଘରେ ନିକଟରେ ପହଞ୍ଚାଇଛନ୍ତି । ଏକାଦଶୀ ତିଥି ଥିବାରୁ ମହାପ୍ରଭୁ ଦଧିବାମନ ଜୀଉ ମାଉସୀ ଘରୁ ପୋଡ଼ ପିଠା ଖାଇଥିଲେ । ଏକାଦଶୀ ତଥିରେ ପରମ୍ପରା ଅନୁଯାୟୀ ଜଗନ୍ନାଥ ଙ୍କ ସୁନାବେଶ ହେଉଥିବା ବେଳେ ମହାପ୍ରଭୁ ଦଧିବାମନ ଜୀଉ ଥର ଉପରେ ଚାନ୍ଦି ବେଶ ହୋଇଥାଏ । ମହାପ୍ରଭୁ ଙ୍କୁ ରଥ ଉପରେ ସେବାୟତ ମାନେ ଚାନ୍ଦିର ମୁକୁଟ, କିରିଟ, ଶଙ୍ଖ, ଚକ୍ର, ହାର, କାନ କୁଣ୍ଡଳ ରେ ବିଭୂଷିତ କରିଥିଲେ । ଏହି ଚାନ୍ଦି ବେଶ ଦେଖିବା ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ।

