ମହାନଦୀ ପୂଜନ କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମୃତା ପଟ୍ଟନାୟକ : ପୂର୍ଣ୍ଣମୀ ସନ୍ଧ୍ୟା 5.30 ମିନିଟ ସମୟରେ କଟକ ଗଡଗଡିଆ ଘାଟ ପାଖରେ ମହାନଦୀ ପୂଜନ ସମିତି, ଓଡିଶା ତରଫରୁ ”ମହାନଦୀ ଆଳତୀ ” ଅନୁଷ୍ଠିତ ହୋଇ ଯାଇଛି । ଓଡ଼ିଶାର ଜୀବନ ରେଖା କୁହା ଯାଉଥିବା ” ମହାନଦୀ ”ର ମାହାତ୍ମ୍ୟ ଓ ଉପସ୍ଥିତିର ଚିରନ୍ତନ ସତ୍ୟକୁ ଲୋକ ଲୋଚନକୁ ଆଣିବା ସହିତ ବିଶ୍ୱ ସ୍ତରରେ ଏହାର ପ୍ରଚାର ଓ ପ୍ରସାର କରିବା ତଥା ଐତିହାସିକ ପବିତ୍ର ନଦୀ ମହାନଦୀର ସୁରକ୍ଷା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ । ଏହି କାର୍ଯ୍ୟକ୍ରମରେ ବହୁତ ସମାଜସେବୀ, ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସାମାଜିକ ସଙ୍ଗଠନର ସଦସ୍ୟ ମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *