ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଲେମ୍ବେରି ଅଧିବାସୀ !!!

Spread the love

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ଲଗାଣ ବର୍ଷାରେ ଜଳବନ୍ଦୀ ଅବସ୍ଥାରେ ଲେମ୍ବେରୀ ଅଧିବାସୀ , ଏହାର ପ୍ରଭାବାରେ କୃଷ୍ଣପଲ୍ଲୀ ଗ୍ରାମ ବାହ୍ୟ ଜଗତରୁ ହୋଇ ପଡିଛି ବିଛିନ୍ନ . ଲଗାଣ ବର୍ଷା ଯୋଗୁ ବେହାଲ କଟକ ଜିଲ୍ଲା ବାଙ୍କୀ ବ୍ଲକ କଳାପଥର ପଞ୍ଚାୟତର ଲେମ୍ବେରୀ ଗ୍ରାମ . ମୁଖ୍ୟ ରାସ୍ତା ରେ ୩ ଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଥିବା ବେଳେ ଯାହାକୁ ନେଇ କୃଷ୍ଣପଲ୍ଲୀ ଗ୍ରାମ ଏବେ ବାହ୍ୟ ଜଗତ ରୁ ବିଛିନ୍ନ ହୋଇଯାଇଛି . ଅନ୍ୟପଟେ ଲେମ୍ବେରୀ ଗ୍ରାମର ଅନେକ ଘର ଏବେ ବି ଜଳବନ୍ଦୀ ଅବସ୍ଥାରେ ରହିଛି . ସେପଟେ ବର୍ଷା ଜଳ ଜମା ହୋଇ ରହିଥିବାରୁ ମଶା ମାଛିଙ୍କ ବଂଶ ବିସ୍ତାର ବଢିବା ସାଙ୍ଗକୁ ଘାରିଛି ଡେଙ୍ଗୁ ଓ କୋଭିଡ ର ଭୟ . ସେପଟେ ଏହି ଗଛିତ ବର୍ଷା ଜଳ ନିଷ୍କାସନ କୁ ନେଇ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ସରପଞ୍ଚ ଙ୍କ ଠାରୁ ଆରମ୍ଭ କରି ବିଡ଼ିଓ ଙ୍କୁ ଲିଖିତ ମୌଖିକ ଅଭିଯୋଗ ଦିଆ ଯାଇଥିଲେ ସୁଦ୍ଧା ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ . ରାସ୍ତାର ଏଭଳି ଦୁରବସ୍ଥା କୁ ନେଇ ନାହିଁ ନ ଥିବା କଷ୍ଟ ଭୋଗୁଛନ୍ତି ସ୍ଥାନୀୟ ଲେମ୍ବେରୀ ଗ୍ରାମର ଅଧିବାସୀଙ୍କ ସମେତ ୫ ଖଣ୍ଡ ରୁ ଉର୍ଦ୍ଧ ଗ୍ରାମର ଲୋକେ . ତୁରନ୍ତ ଏ ରାସ୍ତା ସମସ୍ୟାର ସମାଧାନ ପାଈଁ ଦାବି ଜୋର ଧରିଛି .

Leave a Reply

Your email address will not be published. Required fields are marked *