ବାଲୁଗାଁ ବଡ଼କୂଳ ଓଡ଼ି ଆର୍ଟ ପରିସରରେ ଯୋଗ ଦିବସ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ପିଲା ଠୁ ବୃଦ୍ଧ, ଗାଁ ରୁ ଆରମ୍ଭ କରି ଦେଶ ବିଦେଶରେ ଜୁନ ମାସ ୨୧ତାରିଖ ଦିନ ଯୋଗ ପାଇଁ ଦିନଟିଏ ବୋଲି ସମସ୍ତେ ମାନନ୍ତି। ଯୋଗ କରିବା ଦ୍ଵାରା ମନୁଷ୍ୟ ନିରୋଗ ରହିବ ଏବଂ ଆଜି କାଲି ଯୋଉଭଳି ମେଦବହୁଳ , ମଧୁମେହ ଓ ଉଚ୍ଚ ରକ୍ତଚାପ ଭଳି ରୋଗର ଶିକାର ହୋଇ ପ୍ରାଣହାନୀ ହେଉଛି ସେମିତି ଦେଖିବାକୁ ଗଲେ ଯଥା ସମ୍ଭବ ପୃଥିବୀରୁ ମଣିଷ ସମାଜ ଲୋପ ପାଇଯିବ। ଏହି ପରିପ୍ରେକ୍ଷୀରେ ଆଜି ବାଲୁଗାଁ ବଡ଼କୂଳ ଓଡ଼ି ଆର୍ଟ ପରିସରରେ ଯୋଗ ଦିବସ ପାଳିତ ହୋଇ ଯାଇଛି । ଆନ୍ତର୍ଜାତୀୟ ଯୋଗ ଦିବସ ୨୦୨୩ ଅବସରରେ ପର୍ଯ୍ୟଟନ ମନ୍ତ୍ରାଳୟ, ଭାରତ ସରକାର ଭୁବନେଶ୍ଵର କାର୍ଯ୍ୟାଳୟ ଆନୁକୁଲ୍ୟରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ନିକଟସ୍ଥ ଓଡ଼ି ଆର୍ଟ ସେଣ୍ଟର୍ ବଡ଼କୂଳ ରେ ଯୋଗ ଦିବସ ଅବସରରେ ଯୋଗ ପ୍ରଦର୍ଶନୀ କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ପତଞ୍ଜଳି ଯୋଗଗୁରୁ ପ୍ରଶାନ୍ତ କୁମାର ସାହୁ ଯୋଗର ସାଧାରଣ ସତର୍କତା ଓ ଆଦମ କାଇଦା ପ୍ରଦର୍ଶନ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ୟୁବା ଟ୍ୟୁରିଜିମ୍ କ୍ଲବ, ବାଣପୁର ସେଣ୍ଟ ଜାଭିୟର ହାଇ ସ୍କୁଲର ଛାତ୍ର ଛାତ୍ରୀ, ପ୍ରଜପିତ ବ୍ରହ୍ମା କୁମାରୀ ବିଦ୍ୟାଳୟ ବାଲୁଗାଁର ସମସ୍ତ ଭାଇ ଭଉଣୀ, ଖୋର୍ଦ୍ଧା ଏବଂ ପର୍ଯ୍ୟଟନ ହିତାଧିକାରୀ, ସମ୍ମାନିତ ଓ ଉଚ୍ଚ ପଦସ୍ଥ ବ୍ୟକ୍ତିମାନେ ଅଂଶଗ୍ରହଣ କରିଥିଲେ । ଏହି ଗଣ ଯୋଗ ପ୍ରଦର୍ଶନ ଉତ୍ସବ ରେ ପ୍ରାୟ ୧୫୦ ଜଣ ଛାତ୍ର ଛାତ୍ରୀ ଙ୍କ ସମେତ କିଛି ବ୍ୟକ୍ତି ବିଶେଷ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ବଡକୂଳ ଗ୍ରାମ ପଞ୍ଚାୟତ ସରପଞ୍ଚ ପ୍ରହଲ୍ଲାଦ କୁମାର ବେହେରା, ଓଡ଼ି ଆର୍ଟ ସେଣ୍ଟର ର ସମ୍ପାଦକ ମାନସ ରଞ୍ଜନ ପଟ୍ଟନାୟକ, ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲ ଅଧ୍ୟକ୍ଷ ଶକ୍ତି ପ୍ରସାଦ ମହାନ୍ତି ଙ୍କ ସମେତ ସାମ୍ବାଦିକ ତଥା ଆଇନଜିବୀ ବୈକୁଣ୍ଠ ନାଥ ପ୍ରଧାନ ଓ ସାମ୍ବାଦିକ ପ୍ରବୋଧ କୁମାର ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଭାରତ ପର୍ଯ୍ୟଟନ ଭୁବନେଶ୍ଵରର ସରକାରୀ ନିର୍ଦ୍ଦେଶିକା ରଶ୍ମି ସୋନିଆ ତିର୍କୀ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *