ମିଲର ଓ ସମବାୟ ସମିତି ମଧୁଚନ୍ଦ୍ରିକା : ଚାଷୀ ହନ୍ତସନ୍ତ !!

0
164

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ 2020-2021 ଖରିଫ ବର୍ଷରେ ଉତ୍ପାଦିତ ଧାନ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଦରରେ ନିକଟସ୍ଥ ପ୍ରାଥମିକ କୃଷି ସମବାୟ ସମିତି ଓ ବୃହତ୍ତକାର ସମବାୟ ସମିତି ଜରିଆରେ ଖୋଲା ଯାଇଥିବା ମଣ୍ଡିରେ ଧାନ କ୍ରୟ କରାଯିବାର ବ୍ୟବସ୍ଥା ରହିଛି କିନ୍ତୁ ଚାଷି ଟୋକେନ୍ ବିଳମ୍ବରେ ଆସୁଥିବା ରୁ କମ ଦରରେ ଅନ୍ୟତ୍ର ବିକ୍ରି ବଟା କରୁଥିବା ଅଭିଯୋଗ ହେଉଛି . ସମବାୟ ସମିତି ଜରିଆରେ ଧାନ ବିକ୍ରି କରିବା ପାଇଁ ସମବାୟ ସମିତିକୁ ଗଲେ ସମବାୟ ସମିତି ରେ ମଣ୍ଡିରେ ଧାନ ରଖିବାର ବ୍ୟବସ୍ଥା ନଥିବାର ଅଭିଯୋଗ ହେଉଛି । ସମବାୟ ସମିତିକୁ ଚାଷୀ ଧାନ ଆଣିବା ପରେ ତାର ମାନ ଯାଞ୍ଚ କରିବା ସକାଶେ ରହି ଥିବା ବେଳେ ଚାଷି କୁ ମିଲରକୁ ଧାନ ସାମ୍ପୁଲ ଦେଖାଇବା ସକାଶେ ପଠାଇ ଦିଆଯାଉଛି । ଚାଷି ସେଠାରେ ଧାନ ସାମ୍ପୁଲ ଦେଖାଇବା ପରେ ଧାନ ସଫା, ସମରଙ୍ଗୀ, ଶୁଖିଲା ଓ ସମ ଆକାର ଧାନ ନାହିଁ କହି ବସ୍ତା ପିଛା କେଜି ରୁ ଦେଢ଼କେଜି ଚାଷୀଙ୍କ ଠାରୁ ଅଧିକା ଧାନ ସଂଗ୍ରହ କରୁଥିବାର ଅଭିଯୋଗ ହେଉଛି । ତା ସାଙ୍ଗକୁ ଚାଷି ସିଧା ସଳଖ ସମବାୟ ସମିତି ସମ୍ପାଦକଙ୍କ ନିର୍ଦ୍ଦେଶ କ୍ରମେ ମିଲକୁ ଗଲା ପରେ ସେଠାରେ ଚାଷି କୁ ନେଇଥିବା ଧାନ ଅଖା ଫେରସ୍ତ କରା ଯାଉନାହିଁ କି ଖାଲିଅଖା ବାବଦକୁ ଅର୍ଥ ଦିଆ ଯାଉନଥିବା ଅଭିଯୋଗ ହେଉଛି । ଚାଷି ଗାଡ଼ିରେ ନେଇଥିବା ଧାନ ପରିବହନ ଖର୍ଚ୍ଚ ମଧ୍ୟ ଦେଉ ନଥିବାର ଅଭିଯୋଗ ହେଉଛି । ପ୍ରକାଶ ଥାଉକି କିଛି ଦିନ ତଳେ ବିଜେପି ପକ୍ଷରୁ ଧାନ ମଣ୍ଡି ଓ ଟୋକେନ୍ କୁ ନେଇ ଚାଷୀଙ୍କୁ ତୃଣମୂଳ ସ୍ତରରେ ସଚେତନତା କରାଯାଇଥିଲା ଶିଘ୍ର ଧାନ ମଣ୍ଡି ଖୋଲା ଯାଉ ଏବଂ ଚାଷୀଙ୍କୁ ତୁରନ୍ତ ଟୋକେନ୍ ବ୍ୟବସ୍ଥା କରାଯାଉ ଓ ଚାଷି ଙ୍କ ଧାନ ସମବାୟ ସମିତି ଜରିଆରେ ଶୀଘ୍ର ଧାନ କିଣାଯାଉ . ଚାଷି ଙ୍କୁ ଧାନର ଉଚିତ ମୂଲ୍ୟ ଦିଆଯାଉ । ଚାଷି ଧାନ ମଣ୍ଡି କିମ୍ବା ମିଲରକୁ ଦେଲେ ତାର ପରିବହନ ବ୍ୟବସ୍ଥା ରହିଛି । ଖାଲିଅଖାର ମୂଲ୍ୟ ଦେବାକୁ ବ୍ୟବସ୍ଥା ରହିଛି କହି ସଚେତନତା କରାଇଥିଲେ କିନ୍ତୁ ବାସ୍ତବ ଚିତ୍ର ଜିଲ୍ଲା ରେ ପରିବର୍ତ୍ତନ ରହିଥିବାର ଅଭିଯୋଗ ହେଉଛି । ମିଲର ଓ ସମବାୟ ସମିତି ର ମଧୁଚନ୍ଦ୍ରିକାରେ ଗରିବ ଚାଷି ମାନେ ହନ୍ତସନ୍ତ ହେଉଥିବାର ଅଭିଯୋଗ ହେଉଛି । ଯୋଗାଣ ବିଭାଗ ସବୁ ଜାଣି ନିଦାବିଷ୍ଣୁ ପାଲଟିଥିବାର ଅଭିଯୋଗ ହେଉଛି ।ସମବାୟ ସମିତି ମିଲର ଠାରୁ କମିଶନ ନେଉଥିବାର ମଧ୍ୟ ଅଭିଯୋଗ ହେଉଛି ।

LEAVE A REPLY

Please enter your comment!
Please enter your name here