କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକ ନରସିଂହପୁର ପଞ୍ଚାୟତର ତିଲଙ୍ଗ ଗ୍ରାମରେ ଥିବା ମା ମଙ୍ଗଳା ଉତ୍ପାଦକ ଗୋଷ୍ଠୀ । ଏହି ଗୋଷ୍ଠୀ ର ନରସିଂହପୁର ପଞ୍ଚାୟତର ପ୍ରାୟ 15 ଟି ସ୍ୱୟଂ ସହାୟକ ଗୋଷ୍ଠୀର ଆକ୍ଟିଭ ସଦସ୍ୟ ମାନେ ସାମିଲ ହୋଇ ବିଭିନ୍ନ ପ୍ରକାର ହାତ ତିଆରି ସାମଗ୍ରୀ ତିଆରି କରିବା ସମେତ ବତକ ଓ କୁକୁଡ଼ା ଚାଷ କରି ସ୍ୱାବଲମ୍ବୀ ହୋଇ ପାରିଛନ୍ତି । ଜିଲ୍ଲା ଓ ଜିଲ୍ଲା ବାହାରେ ମଧ୍ୟ ପ୍ରତ୍ୟେକ ପର୍ବ ପର୍ବାଣୀରେ ତାଙ୍କ ହାତ ତିଆରି ସାମଗ୍ରୀ ଷ୍ଟଲ କରି ନିଜର ବ୍ୟବସାୟ ପକାଇଥାନ୍ତି ଉକ୍ତ ଗୋଷ୍ଠିର ମହିଳା ମାନେ । ଯାହାକୁ ନେଇ ବିଭିନ୍ନ ସ୍ଥାନ ମାନଙ୍କରୁ ପୁରସ୍କୃତ ହେବା ସହ ସାର୍ଟିଫିକେଟ ମଧ୍ୟ ପାଇଁ ସାରିଛନ୍ତି । ଅପରପଟେ ଜିଲ୍ଲା ଓ ବ୍ଲକ ପ୍ରଶାସନ ଗୋଷ୍ଠୀକୁ ଘର ଓ ଆର୍ଥିକ ସହାୟତା ଯଦି କରି ପାରନ୍ତେ ତେବେ ଆଗକୁ ଆହୁରି ଉନ୍ନତ ମାନର କାମ କରି ପାରନ୍ତେ ବୋଲି ଗୋଷ୍ଠୀର ମହିଳା ମାନେ କହିଛନ୍ତି ।
ସ୍ୱାବଲମ୍ବୀ ମହିଳା ଗୋଷ୍ଠୀ !!!

