ଟାଙ୍ଗୀ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ୨୪ ଘଣ୍ଟାର ରେସକ୍ୟୁ ଅପରେସନ ପରେ ମିଳିଲା ଫଳ । ପାଟ ନଇରୁ ମିଳିଲା ନିଖୋଜ ନାବାଳକର ମୃତଦେହ । ଟାଙ୍ଗୀ ଅଗ୍ନିଶମ ବାହିନୀର ଜବାନ ମାନେ ଖୋଜି ପାଇଲେ ୧୪ ବର୍ଷର ନିଖୋଜ ନାବାଳକ ବିଜୁ ସାସମଲର ଶବକୁ । ଊଦ୍ଧାର ପାଇଁ ଟାଙ୍ଗୀ ଥାନା ଛକଡିପୁର ର ଭରତ ଦାସ ବନ୍ଧ ଓ ପାଟ ନଇରେ ଚାଲିଥିଲା ଖୋଜା ଖୋଜି । ଗତ କାଲି ଠାରୁ ଚାଲିଥିଲା ରେସକ୍ୟୁ ଅପରେସନ । ହେଲେ ଗତକାଲି ରାତି ହେବାରୁ ରେସକ୍ୟୁ ଅପରେସନ ବନ୍ଦ ରହିଥିଲା । ଟାଙ୍ଗୀ ଅଗ୍ନିଶମ ବାହିନୀ ଓ ଚିଲିକା ଅଗ୍ନିଶମ ବାହିନୀର ଯବାନ ମାନେ ଜଳର ପ୍ରଖର ସ୍ରୋତରେ ଖୋଜା ଖୋଜି କରିଥିଲେ ମଧ୍ୟ୍ୟ ବିଜୁ ସାସମଲକୁ ଠାବ କରିବାକୁ ହୋଇ ପାରିନଥିଲେ ସକ୍ଷମ । ନଇକୁ ଗାଧୋଇବାକୁ ଯାଇ ବଢି ପାଣିରେ ଭାସି ଯାଇଥିଲେ ନାବାଳକ ବିଜୁ ସାସମଲ । ନିଜର ୪ ଜଣ ସାଙ୍ଗଙ୍କ ସହିତ ଭରତ ଦାସ ବନ୍ଧକୁ ଗାଧୋଇବାକୁ ଯାଇଥିବା ବେଳେ ଭାସି ଯାଇଥିଲେ ଵଢି ପାଣିରେ ବିଜୁ ସାସମଲ । ବିଜୁ ପ୍ରଥମେ ପଶିଥିଲା ପାଣିରେ , ହେଲେ ବିଜୁ ଭାସି ଯିବାରୁ ଅନ୍ୟମାନେ ପାଣିକୁ ଯାଇନଥିଲେ । ବିଜୁ ସାସମଲ ହେଉଛନ୍ତି ବାପ ଛେଉଣ୍ଡ । ତାଙ୍କର ଏକ ମାତ୍ର ବିଧବା ମା ଓ ସାନ ଭଉଣୀଙ୍କୁ ନେଇ ଚାଲିଥିଲା ହସ ଖୁସିର ପରିବାର । ଗତ ୨ ବର୍ଷ ତଳେ ବିଜୁଙ୍କର ବାପା ରଂଜନ ସାସମଲ ଦେହ ତ୍ୟାଗ କରିଥିଲେ ଏକ ଅଜଣା ରୋଗରେ । ଏଭଳି ଅବସ୍ଥାରେ ପରିବାର ଓ ଛକଡିପୁର ଗାଁରେ ଖେଳି ଯାଇଛି ଶୋକର ଛାୟା । ମୃତକ ଙ୍କ ପରିବାରକୁ ସରକାରୀ ସହାୟତା ଦେବାକୁ ସାଧାରଣରେ ଦାବି ହେଉଛି ।