ଧଳାପଥର ସେବା ସମବାୟ ସମିତି ସଭାପତିଙ୍କ ଦାୟିତ୍ଵ ଗ୍ରହଣ !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ଼ ବ୍ଲକ୍ ଅଧିନସ୍ଥ ଧଳାପଥର ସେବା ସମବାୟ ସମିତିରେ ନବ ନିର୍ବାଚିତ ପରିଚାଳନା ପରିଷଦ ର ସଭ୍ୟ, ସଭ୍ୟା ଓ ସଭାପତି ଆଜି ଆନୁଷ୍ଠାନିକ ଭାବେ ସମିତି ର କାର୍ଯ୍ଯଭାର ଗ୍ରହଣ କରିଛନ୍ତି . ଏକ ବର୍ଣ୍ଣାଢ଼୍ୟ ପରିବେଶ ରେ ପୁଜା ପାଠ, ହୋମ କର୍ମ ସମ୍ପାଦନ ପରେ ସଭାପତି ଭାବେ ସନ୍ତୋଷ କୁମାର ତ୍ରିପାଠୀଙ୍କୁ ସମିତି ସମ୍ପାଦକ ବସନ୍ତ କୁମାର ନାୟକ ଦାୟିତ୍ଵ ହସ୍ତାନ୍ତର କରିଥିଲେ . ଆୟୋଜିତ ଉତ୍ସବରେ ସ୍ଥାନୀୟ ସରପଞ୍ଚ ନାରାୟଣ ସାହୁ, ସମିତି ସଭ୍ୟ ବିଜୟ କୁମାର ସୁବୁଦ୍ଧି ଙ୍କ ସମେତ ପୂର୍ବତନ ସଭାପତି ଅନ୍ତର୍ଯ୍ୟାମୀ ସାହୁ, ଗଣନାଥ ଶତୃସଲ୍ୟ ଓ ନିର୍ବାଚିତ ସମସ୍ତ ସଦସ୍ୟ / ସଦସ୍ୟା ଉପସ୍ଥିତ ଥିଲେ. ସମିତି ର ସମସ୍ତ କର୍ମଚାରୀ ପୁଷ୍ପଗୁଛ ଦେଈ ନିର୍ବାଚିତ ସଦସ୍ୟ ଙ୍କୁ ପାଛୋଟି ନେଇଥିବାବେଳେ ରଜସୁନଖଲା ସ୍ଥିତ କେନ୍ଦ୍ର ସମବାୟ ବ୍ୟାଙ୍କ୍ ର ପରିଚାଳକ ସନ୍ଦୀପ ପଟ୍ଟନାୟକ ଚାଷୀ ମାନଙ୍କ ପାଇଁ ସାର କୀଟନାଶକ ରିହାତି ଦର ରେ ପ୍ରଦାନ, ଚାଷୀ ମାନଙ୍କୁ ଫସଲ ବୀମା ଓ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ବ୍ୟବସ୍ଥା, ମଣ୍ଡି ରେ ଧାନ ବିକ୍ରି ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ . ଆଗାମୀ ଦିନ ରେ ସମିତି କୁ ଏକ ଆଦର୍ଶ ସମିତି ରେ ପରିଣତ କରିବା ପାଇଁ ସମସ୍ତ ସଦସ୍ୟ ଓ ସଭାପତି ସଂକଳ୍ପ କରିଥିଲେ . ପରିଶେଷରେ କାର୍ଯକାରୀ ସମ୍ପାଦିକା ସରସ୍ୱତୀ ଚଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ .

Leave a Reply

Your email address will not be published. Required fields are marked *