ଆତ୍ମହତ୍ୟା ର କାରଣ ସରକାରୀ ବିହନ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଚାଷୀ ମାନେ କେତେବେଳେ ଚାଷ ନଷ୍ଟ ହେବା କାରଣରୁ ହେଉ କିମ୍ବା ଆଣିଥିବା ଋଣ ସୁଝି ନ ପାରିବାରୁ ଆତ୍ମହତ୍ୟା କରିଲେଣି ତ , ଆଉ କେତେବେଳେ‌ ବର୍ଷା ବନ୍ୟା ବାତ୍ୟା ରେ ଫସଲ ହାନି ହେବାରୁ ଆତ୍ମହତ୍ୟା କରୁଛନ୍ତି ! କିନ୍ତୁ ଏବେ ସରକାର ଯୋଗାଉଥିବା ଉନ୍ନତ ମାନର ବିହନ ଚାଷୀ ଆଣି ଜମି ରେ ବୁଣିବା ପରେ ତଳି ନହେବାରୁ ଆତ୍ମହତ୍ୟା କରିବା ପାଇଁ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ଚାଷୀ । ସୂଚନା ମୁତାବକ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କୃଷି ବିଭାଗ ଅଧିନସ୍ଥ ଅସୁରେଶ୍ଵର ସମବାୟ ସମିତି ରୁ ଅସୁରେଶ୍ଵର, କଟିକଟା, ଶୁକରପଡା, କେଣ୍ଟାଳୋ,ତରତ ଆଦି ପଞ୍ଚାୟତ ର ଶତାଧିକ ଚାଷୀ ଉନ୍ନତ ମାନର ଚାଷ କରିବା ନିମନ୍ତେ ବିଭିନ୍ନ ପ୍ରକାରର ଧାନ ବିହନ ସମବାୟ ସମିତିରୁ କ୍ରୟ କରିଥିଲେ। ଉକ୍ତ ବିହନ କୁ ଦିର୍ଘ କୋଡ଼ିଏ ଦିନରୁ ଅଧିକ ଦିନ ହେବ ଜମିରେ ପକାଇଥିଲେ ମଧ୍ୟ ଏଯାବତ ତଳି ଉଠିନାହିଁ ।ଯାହାକୁ ଦେଖି ଚାଷୀ ମାନେ ହତାଶ ହୋଇ ପଡିଛନ୍ତି । ଘରୋଇ ଧାନ ବିହନ ଚାଷ କରିଥିବା ଚାଷୀ ମାନଙ୍କ ତଳି ଉଠିଥିବାରୁ ସେମାନେ ଧାନ ରୋଇବା କୁ ବସିଲେଣି । ଚାଷୀ ମାନେ କେଉଁଠୁ ଧାନ ଚାଷ ନିମନ୍ତେ ତଳି ଆଣିବେ ଚିନ୍ତାରେ ରାତିରେ ନିଦ ହେଉ ନାହିଁ । ଯଦି ତଳି ନ ମିଳେ ବିଲ ପଡ଼ିଆ ହୋଇଯିବ ବୋଲି ଆଶଙ୍କା ସୃଷ୍ଟି ହେଇଛି । ଚାଷୀ ମାନେ ସମବାୟ ସମିତି ରୁ ଆଣିଥିବା ବିହନ ବିଷୟରେ ସମବାୟ ସମିତି ସମ୍ପାଦକ ଙ୍କୁ ଅବଗତ କରିଥିଲେ ମଧ୍ୟ କୋୖଣସି ସମାଧାନ ହୋଇ ନାହିଁ ବେଲି ଚାଷୀ ମାନେ ଅଭିଯୋଗ କରିଛନ୍ତି ।

Leave a Reply

Your email address will not be published. Required fields are marked *